Get Updates
Get notified of breaking news, exclusive insights, and must-see stories!

ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ ଓଡ଼ିଶା ବଜେଟ: ଧର୍ମେନ୍ଦ୍ର ପ୍ରଧାନ

୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍ ଐତିହାସିକ ଓ ଭବିଷ୍ୟତବାଦୀ । ୨୦୩୬ ଓ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ଦିଗରେ ଏହା ଏକ ସାମଗ୍ରିକ ବଜେଟ୍ ବୋଲି 'ଏକ୍ସ' ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

harmendra Pradhan

ଓଡ଼ିଶାର ପ୍ରଗତି, ସବୁ କ୍ଷେତ୍ରର ଉନ୍ନତି ତଥା ସମସ୍ତ ନାଗରିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଆଜିର ଲୋକକଲ୍ୟାଣକାରୀ ବଜେଟ୍ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ । ଆଜିର ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ଗାଁରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବ । ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ସାମାଜିକ ଓ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବ । ଏହି ବଜେଟ୍ ପ୍ରଧାନମନ୍ତ୍ରୀଙ୍କ 'ସବକା ସାଥ୍, ସବକା ବିକାଶ'ର ସଂକଳ୍ପକୁ ସାକାର କରିବ । ଚଳିତ ବଜେଟରୁ ରାଜ୍ୟରେ ସଡକପଥ, ରେଳ, ବିମାନ ବନ୍ଦର, ଶିଳ୍ପ ଓ ଆନୁଷଙ୍ଗିକ ଭିତ୍ତିଭୂମି ସୁଦୃଢ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୩,୬୩୫ କୋଟି, ଶିକ୍ଷା କ୍ଷେତ୍ରରେ ୪୧, ୨୭୩ କୋଟି, ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୪,୨୫୦ କୋଟି, ମହିଳାଙ୍କ ବିକାଶ ପାଇଁ ୧୭,୯୯୮ କୋଟି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୭,୮୩୮ କୋଟି, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ୧୬,୨୭୩ କୋଟି ଟଙ୍କା, ଗ୍ରାମୀଣ ବିକାଶ ପାଇଁ ୩୯,୨୨୧ କୋଟି ଓ ସହର ବିକାଶ ପାଇଁ ୯୯୮୫ କୋଟି ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ମଜଭୂତ୍ କରିବ । ବିକଶିତ ଓଡ଼ିଶାର ମୂଳଦୁଆ ପକାଇବ ।

ଏହି ପରିପ୍ରେକ୍ଷୀରେ ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି, ସିଏମ କିଷାନ ପାଇଁ ୨୦୨୦ କୋଟି ଟଙ୍କା ଓ ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ ଚାଷଙ୍କ ଆୟକୁ ବଢାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବ । ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ୨୯୬୦ କୋଟି ଶିକ୍ଷା କ୍ଷେତ୍ରକୁ ଉନ୍ନତି କରିବ । ସୁଭଦ୍ରା ଯୋଜନାରେ ଚଳିତ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ଆମର ମାଆ ଭଉଣୀମାନେ ବିଶେଷ ଉପକୃତ ହେବେ । ଓଡ଼ିଶା ପୋଷଣ ମିଶନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ରାଜ୍ୟରେ ଅପପୃଷ୍ଟି ହାର ହ୍ରାସ ପାଇବ । ପର୍ଯ୍ୟଟନ କ୍ଷେତ୍ରରେ ୮୨୦ କୋଟି ଟଙ୍କା ଓଡ଼ିଶାରେ ପର୍ଯ୍ୟଟକ ସୁବିଧା ଓ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବ । ହୀରାକୁଦ - ଦେବ୍ରିଗଡ- ସମ୍ବଲପୁର ଅଞ୍ଚଳକୁ ସମନ୍ୱିତ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ । ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।

ସେହିପରି ବଜେଟରେ ଉପସ୍ଥାପିତ ହୋଇଥିବା ୧୬ଟି ନୂଆ ଯୋଜନାର ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ବଜେଟରେ ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି, ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶହୀଦ ଲକ୍ଷ୍ମଣ ନାଏକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି, ବକୁଳ ବନର ଉନ୍ନତି ପାଇଁ ୫୦ କୋଟି, ଅଟଳ ବସ ଷ୍ଟାଣ୍ଡ୍ ପାଇଁ ୧୨୬୬ କୋଟି, ସମୃଦ୍ଧ ସହର ପାଇଁ ୪୦୮ କୋଟି ଟଙ୍କା, ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ସବୁ ବ୍ୟବସ୍ଥା ଦ୍ୱାରା ଅପାର ସମ୍ଭାବନାର ଅଞ୍ଚଳ ଓଡ଼ିଶାର ପର୍ଯ୍ୟଟନକୁ ବଡ଼ ଗତି ମିଳିବ । ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ହେବ । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଅଭିବୃଦ୍ଧି ହେବ । ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ ଅଭିବୃଦ୍ଧି ଅଧିକ ମଜଭୂତ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+