ଓଡ଼ିଶା ବଜେଟ୍: କେଉଁ କ୍ଷେତ୍ରକୁ କରାଯିବ ଅଧିକ ଫୋକସ୍, ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖ ଦିନ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ବିକଶିତ ଓଡ଼ିଶାର ସ୍ଲୋଗାନ ଦେଉଥିବା ମୋହନ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ ସେଥିପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।
ସାଢ଼େ ୧୦ଟାରେ ବୈଠକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବାହ୍ଣ ସାଢ଼େ ୧୦ଟାରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବିଚାର ବିମର୍ଶ ହେବ।

ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିକୁ ନଜରେ ରଖି ବଜେଟ୍ ପ୍ରସ୍ତୁତ ହେବ। ବିକଶିତ ଓଡ଼ିଶା ଗଢ଼ିବା ପାଇଁ ହେବ ସହାୟକ। ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ସାମିଲ ହେବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ ବଜେଟ୍ ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବିଚାର ବିମର୍ଶ ହେବ। ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିକୁ ନଜରେ ରଖି ବଜେଟ୍ ପ୍ରସ୍ତୁତ ହେବ। ବିକଶିତ ଓଡ଼ିଶା ଗଢ଼ିବା ପାଇଁ ହେବ ସହାୟକ।
ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଥିଲା। କେଉଁ କ୍ଷେତ୍ର ପାଇଁ ବଜେଟ୍ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇଥିଲେ।












Click it and Unblock the Notifications