For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭା ମୌସୁମୀ ଅଧିବେସନ: ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍, ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ

ବିଧାନସଭା ମୌସୁମୀ ଅଧିବେସନରେ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ବଜେଟରେ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

|

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେସନରେ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ବଜେଟରେ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ବିଭାଗକୁ ମିଳିଛି କେତେ ?

Odisha Budget

କେଉଁ ବିଭାଗକୁ କେତେ ?

ବଜେଟରେ କୃଷିକୁ ଗୁରୁତ୍ୱ

କୃଷି ପାଇଁ ଚଳିତ ବଜେଟରେ ମୋଟ୍ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି । ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଥିବା ବେଳେ କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି । ସେହିଭଳି ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ୧୨ ହଜାର ୫୦୦ ନଳକୂପ ଖନନ ହେବ । ଏଥିପାଇଁ ବ୍ୟୟବରାଦ ୪୦୦ କୋଟି କରାଯାଇଛି । ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର ୭୫୯ କୋଟି । ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।

Odisha Budget

ସ୍ୱାସ୍ଥ୍ୟ କ୍ଷେତ୍ରକୁ ୧୨ ହଜାର ୬୨୪ କୋଟି

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଖର୍ଚ୍ଚ ହେବ ୨ ହଜାର ୩୨୫ କୋଟି ଟଙ୍କା । ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି ଟଙ୍କା ବ୍ୟୟବରାଦ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨ ହଜାର ୧୫୬ କୋଟି ଟଙ୍କା ବ୍ୟୟବରାଦ । 'ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ' ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ବ୍ୟୟବରାଦ ।

ବଜେଟରେ ଶିକ୍ଷାକୁ ଅଧିକ ଗୁରୁତ୍ୱ

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୨୭, ୩୨୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ମୋ ସ୍କୁଲ ଅଭିଯାନ ଅଧିନରେ ୬୪୬ କୋଟି । ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି । ମୋ କଲେଜ ଅଭିଯାନ ପାଇଁ ୧୧ କୋଟି । 'ସମଗ୍ର ଶିକ୍ଷା' ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Budget: Total Cost of Rs 2 Lakh Crore Estimated For 2022-23 Financial Year
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X