ଆଜି ଓଡିଶା ବଜେଟ୍: ୧୫% ବଢିପାରେ ବ୍ୟୟ ଅଟକଳ, ବଜେଟ୍ ଆକାର ଅଢେଇ ଲକ୍ଷ କୋଟି

ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ଅପରାହ୍ନ ୪ଟାରେ ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ବଜେଟର ଆକାର ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି ।

Odisha Budget

ଭୁବନେଶ୍ୱର: ଆଜି ଆସିବ ଓଡିଶା ବଜେଟ୍ । ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ଅପରାହ୍ନ ୪ଟାରେ ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ବଜେଟର ଆକାର ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି । ଗତବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ । କିନ୍ତୁ ଖର୍ଚ୍ଚ ଭରଣା ପାଇଁ ପୁଣି ଋଣ ଉପରେ ଭରସା କରିବାକୁ ପଡିପାରେ । ଗତ ବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା ।

ତେବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ରାଜ୍ୟ ସରକାର ଏଥିରେ କିଛି ନୂଆ ଯୋଜନା ଆଣିପାରନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ ସ୍ଥିରିକରଣ ପାଣ୍ଠି ପରି ଦୀର୍ଘ ମିଆଦୀ ତଥା ପ୍ରଭାବୀ, ଲକ୍ଷ୍ୟଭଦେୀ ଯୋଜନାର ଶୁଭାରମ୍ଭ ହୋଇଥିଲା। ତେଣୁ ରାଜ୍ୟ ସରକାର ନିଜ ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ଏପରି କିଛି ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ମନେ କରାଯାଉଛି । ସେହିପରି ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆର ଲୋକପ୍ରିୟତା ଏବେ ଶୀର୍ଷରେ ଥିବାବେଳେ ଏହାକୁ ଅନ୍ୟ ସରକାର ଅନୁକରଣ କରୁଛନ୍ତି। ଏହି ଦୁଇ ଯୋଜନା ସାଧାରଣ ଲୋକ ଏବଂ ଚାଷୀଙ୍କ ପାଇଁ ବରଦାନ ସାଜିଛି। ତେଣୁ ଏହି ଯୋଜନା ପାଇଁ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ରହିଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷି ବଜେଟରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟୟ ବରାଦ କରିବା ନେଇ ଆଶା କରାଯାଉଛି । ଏହା ସହିତ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା ଓ ସାମାଜିକ କ୍ଷେତ୍ର, ଶିଳ୍ପ ଓ ମହିଳା ସଶକ୍ତିକରଣକୁ ବଜେଟରେ ଗୁରୁତ୍ବ ମିଳିବ ।

ଅନ୍ୟପଟେ ସାରା ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ସତ୍ୱେ ଓଡ଼ିଶାରେ ଅର୍ଥନୀତି ଦ୍ରୁତ ବେଗରେ ଆଗକୁ ବଢିଥିବା ଗତକାଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶା ଯାଇଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨୦୨୨-୨୩ ଆର୍ଥିକ ବର୍ଷରେ ୧ଲକ୍ଷ ୫୦ହଜାର ୬୭୬ଟଙ୍କାର ଅଗ୍ରୀମ ଆକଳନ ହୋଇଛି ।

ସେହିପରି ଅଭିବୃଦ୍ଧି ହାର ୮ ପ୍ରତିଶତରୁ ୮.୫ ପ୍ରତିଶତ ରହିବା ଆକଳନ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତି ୭.୮ ପ୍ରତିଶତ ବୃଦ୍ଧି ପାଇବା ଆକଳନ ହୋଇଛି । ୧୫ବର୍ଷ ଧରି ରାଜସ୍ୱ ବଳକା ରାଜ୍ୟ ହୋଇ ରହିଛି । ରାଜ୍ୟ ଜିଡିପି ଓ ଋଣ ବୋଝ ଅନୁପାତ କ୍ରମାଗତ ହ୍ରାସ ପାଇ ୧୪.୭%କୁ ପହଞ୍ଚିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୬ ପ୍ରତିଶତ ହୋଇପାରେ । ଶିଳ୍ପ କ୍ଷେତ୍ରରେ ୬.୦୫ ପ୍ରତିଶତ ବୃଦ୍ଧି ପାଇବା ଆଶା ରହିଛି । ସେବା କ୍ଷେତ୍ର ୮.୭୯ ପ୍ରତିଶତ ଆଗକୁ ବଢ଼ିବା ଆକଳନ କରିଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+