ବିଧାନସଭା ବଜେଟ୍ ଅଧିବେଶନ: ପୁଣି ବିରୋଧୀଙ୍କ ହଟ୍ଟଗୋଳ, କାଲି ଯାଏଁ ଗୃହ ମୁଲତବୀ

ଆଜି ବି ଚାଲି ପାରିଲା ନାହିଁ ବିଧାନସଭା । କାଲି ଯାଏଁ ମୁଲତବୀ ରହିଲା ଗୃହକାର୍ଯ୍ୟ । ଆଜି ଥିଲା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ଓଡିଶା ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନ ।

Odisha Assembly

ଭୁବନେଶ୍ୱର: ଆଜି ବି ଚାଲି ପାରିଲା ନାହିଁ ବିଧାନସଭା । କାଲି ଯାଏଁ ମୁଲତବୀ ରହିଲା ଗୃହକାର୍ଯ୍ୟ । ଆଜି ଥିଲା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ଓଡିଶା ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନ । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଲା ବିଧାନସଭା । ଫଳରେ ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ରହିଥିଲା ।

ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସେହିପରି ଶାସକ ଦଳ ମଧ୍ୟ ଚାଷୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ । ଶୂନ୍ୟକାଳରେ ବାଚସ୍ପତି ନିଜ ଆସନକୁ ଯାଇ ନିଜ ନିଜର ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀମାନେ ଗୃହର ପୋଡିୟମ ଘେରାଉ କରି ଶାସକ ବିଜେଡି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

ପରେ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା ଯାଏ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ମାତ୍ର ଏଥିରେ କୌଣସି ଫଳ ନ ବାହାରିବାରୁ ଶେଷରେ ଗୃହକୁ ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+