Get Updates
Get notified of breaking news, exclusive insights, and must-see stories!

ବଜେଟ୍‌ ଅଧିବେଶନ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; ୧୨ଟା ଯାଏଁ ଗୃହ ମୁଲତବି

ବଜେଟ୍‌ ଅଧିବେଶନ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିୟମକୁ ମାଡିଆସି ବିଜେଡି ଓ କଂଗ୍ରେସର ହଙ୍ଗାମା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି। ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ।

odisha budget session

ସପ୍ତଦଶ ବିଧାନସଭାର ୩ୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏପ୍ରିଲ ୫ ପର୍ଯ୍ୟନ୍ତ ସପ୍ତଦଶ ଅଧିବେଶନ ଚାଲିବାକୁ ରହିଛି । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଟାର୍ଗେଟ କରିବା ଲାଗି ବିରୋଧୀ ସଜବାଜ ହୋଇଛନ୍ତି। ବିଜୁବାବୁଙ୍କ ଜୟନ୍ତୀରେ ପାଳନ ହୋଇଆସୁଥିବା ପଞ୍ଚାୟତିରାଜ ଦିବସକୁ ଏପ୍ରିଲ ୨୪ ତାରିଖକୁ ରାଜ୍ୟ ସରକାର ପରିବର୍ତ୍ତନ ବିଷୟ ନେଇ ବିଜେଡି ଗୃହରେ ହୋହଲ୍ଲା କରିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଗୃହରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଥିବା କଥା ଦଳ ଉଠାଇବ। ୮ ମାସରେ ୧୬୦୦ ମହିଳା ନିର୍ଯାତନାର ଶିକାର ହେବା, ନାବାଳିକାମାନେ ଗର୍ଭବତୀ ହେବା ସୁଭଦ୍ରାମାନଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗ ଗୃହରେ ଉଠାଇ ଶାସକ ଦଳକୁ କଂଗ୍ରେସ ଘେରିବ ବୋଲି କାଡାମ କହିଛନ୍ତି। ଅନ୍ୟପଟେ ଭାଜପା ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦିଆଯିବ ବୋଲି ଯୁକ୍ତି ରଖିଛି।

ଫେବୃଆରୀ ୧୩ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ୨୧ ତାରିଖରୁ ମୁଲତବୀ ରହିଥିଲା। ଏହି ଅଧିବେଶନ କାଳରେ ରାଜ୍ୟପାଳ ଅଭିଭାଷଣ ଏବଂ ଏହା ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଛି। ପରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ଏହାସହ ୨ ଦିନ ଧରି ବଜେଟ ଉପରେ ସାଧାରଣ ଆଲୋଚନା କରାଯାଇଛି। ଏହା ଭିତରେ ଗୋଟିଏ ଆଇନକୁ ଗୃହରେ ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଥିଲା। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ମାର୍ଚ୍ଚ ୭ରୁ ଏପ୍ରଲ ୫ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ସଙ୍ଗେ ସଙ୍ଗେ ବଜେଟକୁ ଅନୁମୋଦନ ମିଳିବା କାର୍ଯ୍ୟକ୍ରମ ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+