Get Updates
Get notified of breaking news, exclusive insights, and must-see stories!

ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ, ୩୦ରେ ରାଜ୍ୟ ବଜେଟ

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଚଳିତଥର ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି ।

ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଚଳିତଥର ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଞ୍ଜୁରୀ ବିଲ୍ ।

Odisha Budget Session

ମାର୍ଚ୍ଚ ୨୭ ତାରିଖ ଓ ରବିବାର ଗୃହ କାର୍ଯ୍ୟ ବନ୍ଦ ରହିବ । ବିଧାନସଭା ବଜେଟ ଅଧିବେଶନକୁ ନେଇ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ଗୃହ ପରିଚାଳନା କରାଯିବ ବୋଲି କହିଛନ୍ତି ବାଚସ୍ପତି।

୨୦୨୧-୨୨ଆର୍ଥିକ ବର୍ଷରେ ସରକାର ପ୍ରଥମେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ପାସ୍‌ କରିଥିଲେ । ଡିସେମ୍ବର ମାସରେ ୧୯ ହଜାର ୮୩୩ କୋଟି ୧୩ ଲକ୍ଷ ୩୧ ହଜାର ଟଙ୍କାର ଅତିରିକ୍ତ ବଜେଟ୍ ପାରିତ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+