ବିଧାନସଭା ବଜେଟ୍ ଅଧିବେସନ : କ'ଣ ରହିବ ରାଜନୈତିକ ଦଳର ରଣନୀତି ?
ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେସନକୁ ନେଇ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେସନରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଦୈନିକ ଦୁଇଟି ଅଧିବେଶନରେ ଚାଲିବ ବିଧାନସଭା । ଦିନ ସାଢେ 10 ରୁ ସାଢେ ଗୋଟାଏ ଯାଏଁ ପ୍ରଥମ ଅଧିବେଶନ ଓ ଦିନ 4 ଟାରୁ 6 ଟା ଯାଏଁ ଚାଲିବ ଦ୍ୱିତୀୟ ଅଧିବେଶନ । ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେଶନ ସଂନ୍ଧ୍ୟା 7 ଟା ଯାଏ ଚାଲିବ ବୋଲି ଆଜି ସର୍ବଦଳୀୟ ବୈଠକ ପରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଅପରପକ୍ଷରେ ବିଧାନସଭା ବଜେଟ୍ ଅଧିବେସନ ନେଇ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ।

ଆଜି ଅପରାହ୍ଣ ସାଢେ 5ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ସେହିପରି ବିଜେପିର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ବସିବ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସ ଭବନରେ ଏହି ବୈଠକ ବସିବ । ସେହିଭଳି ବଜେଟ୍ ଅଧିବେଶନକୁ ନେଇ କଂଗ୍ରେସ ବିଧାୟକ ଦଳ ମଧ୍ୟ ବୈଠକ ମଧ୍ୟ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।












Click it and Unblock the Notifications