Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ବଜେଟ୍: ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି, କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ ପାଇଁ ଖେଳ ରତ୍ନ ଖୋଜା ଅଭିଯାନ

ଯୁବପିଢ଼ିଙ୍କୁ ଭବିଷ୍ୟତର ଦକ୍ଷତା ସହ ରୋଜଗାରକ୍ଷମ କରିବା ଏବଂ ଶିଳ୍ପର ଚାହିଦା ପୂରଣ ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାର ଦ୍ୱୈତ ଉଦ୍ଦେଶ୍ୟରେ ମୁଁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପାଇଁ ବ୍ୟୟବରାଦକୁ 60 ପ୍ରତିଶତ ବର୍ଦ୍ଧିତ କରି 1 ହଜାର 5 ଶହ 83 କୋଟି ଟଙ୍କା ପ୍ରସ୍ତାବ ଦିଆହୋଇଛି, ଯେଉଁଥରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ 1 ହଜାର 50 କୋଟି ଟଙ୍କା।

କ୍ରୀଡ଼ା ଏବଂ ଯୁବ ସେବା ପାଇଁ 1 ହଜାର 3 ଶହ 15 କୋଟି ଟଙ୍କା ବ୍ୟୟବରାଦର । ଯେଉଁଥ‌ିରେ କାର୍ଯ୍ୟକ୍ରମ ବଜେଟ୍ ଅଧୀନରେ 1 ହଜାର 2 ଶହ 10 କୋଟି ଟଙ୍କା ଅନ୍ତର୍ଭୁକ୍ତ । କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଆମ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡ଼ା ନୀତି ଆରମ୍ଭ କରିବେ । ସରକାର ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିବେ । ଏଥ‌ିପାଇଁ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଓ ମିନି ଷ୍ଟାଡିୟମଗୁଡ଼ିକୁ ସକ୍ରିୟ କରିବା, ଜିଲ୍ଲାସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା, ପ୍ରତ୍ୟେକ ଜିଲ୍ଲାର ଲୋକପ୍ରିୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା, ରାଜ୍ୟର 4ଟି ଜୋନ୍‌ରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା ।

ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ଏକ ନୂତନ ଷ୍ଟାଡିୟମ୍ ନିର୍ମାଣ ପାଇଁ ୨ ଶହ 52 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏତଦ୍‌ବ୍ୟତୀତ ଯୁବବର୍ଗର ସମନ୍ବିତ ବିକାଶ ପାଇଁ ଏକ ନୂତନ ଯୋଜନା "ଯୁବ ଶକ୍ତି" ଅଧୀନରେ 1 ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଏବଂ ଯୁବ ମେଧାବୀ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ "ଖେଳ ରତ୍ନ ଖୋଜା ଅଭିଯାନ: କାର୍ଯ୍ୟକାରୀ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+