Odisha Budget: ଶେଷ ଦିନରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ, ବଢିବ କି ଭତ୍ତା ?
ବଜେଟ ଅଧିବେଶନର ଶେଷ ଦିନରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଭିନ୍ନ ପ୍ରସଙ୍ଗରେ ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖୁଛନ୍ତି । ଏହି କ୍ରମରେ ସାମାଜିକ ସୁରକ୍ଷା ଯୋଜନାରେ ଭତା ବୃଦ୍ଧି ନେଇ ଦାବି ଉଠିଛି । ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ।
ଅଶୋକ ପଣ୍ଡା କହିଛନ୍ତି ସରକାର ଠିକ୍ ସମୟରେ ଠିକଣା ନିଷ୍ପତ୍ତିି ନେବେ । ୨୦୧୭ରେ ୪୮ ଲକ୍ଷ ହିତାଧିକାରୀ ଭତ୍ତା ପାଉଥିଲେ । ଯେଉଁଥିରେ ୨୮ଲକ୍ଷ ମଧୁବାବୁ ପେନସନ ଓ ୨୦ ଲକ୍ଷରୁ ଅଧିକ ଜାତୀୟ ସମାଜିକ ସୁରକ୍ଷା ଯୋଜନାରେ ପେନସନ୍ ପାଉଥିଲେ । ୩ ଦିନ ତଳେ ୪ ଲକ୍ଷ ୧୩ ହଜାର ହିତାଧିକାର ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ବର୍ତ୍ତମାନ ପେନସନ୍ ହିତାଧିକାରୀଙ୍କ ସଂଖ୍ୟା ୫୮ ଲକ୍ଷରେ ପହଞ୍ଚିଛି । ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଲାଭ ଦେବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।












Click it and Unblock the Notifications