୨୧ରୁ ବିଧାନସଭା ଅଧିବେଶନ:୨୪ରେ ଉପସ୍ଥାପିତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍
ଫେବ୍ରୁଆରୀ ୨୪ରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Odisha Budget: ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଯାହା ଏପ୍ରିଲ୍ ୬ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି । ଚଳିତ ମାସ ୨୧ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ଏବଂ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୬ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ରହିବ । ଫେବ୍ରୁଆରୀ ୨୪ରେ ରାଜ୍ୟର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ସୂଚନାଅନୁସାରେ, ଚଳିତ ବର୍ଷ ୨୧ ଫେବୃଆରୀରୁ ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏବଂ ଏପ୍ରିଲ୍ ୬ରେ ଶେଷ ହେବ । ଏଥର ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ଚାଲିବ । ପ୍ରଥମ ଅଧିବେଶନ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୬ ଯାଏଁ ଚାଲିବ । ଫେବ୍ରୁଆରୀ ୨୪ରେ ରାଜ୍ୟର ବଜେଟ୍ ଉପସ୍ଥାପନ ହେବ ।












Click it and Unblock the Notifications