Get Updates
Get notified of breaking news, exclusive insights, and must-see stories!

Odisha Budget: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ୧୬ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ଓ ପୁରୁଣା ସ୍ମିମଗୁଡ଼ିକୁ ଜାରି ରଖିବା ପାଇଁ ବଜେଟର ୫୮.୬ ପ୍ରତିଶତ ଅର୍ଥାତ ୧.୭୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରିଛନ୍ତି ।

୪ ଲକ୍ଷ କୋଟି ଟଙ୍କା ଛୁଇଁବ ବଜେଟ୍ ଆକାର

ପ୍ରଥମ ୫ବର୍ଷରେ ରାଜ୍ୟର ବଜେଟ୍ ଆକାର ପ୍ରାୟ ୪ଲକ୍ଷ କୋଟି ଟଙ୍କା ଛୁଇଁବ । ମୋହନ ସରକାରଙ୍କ ପ୍ରଥମ ବଜେଟ ୨୦୨୪-୨୫ରେ ବଜେଟର ଆକାର ୨.୬୫ଲକ୍ଷ କୋଟି ଟଙ୍କା ଥିଲା । ଯାହାକି ୨୦୨୩-୨୪ ତୁଳନାରେ ୧୫ପ୍ରତିଶତ ଅଧିକ ଥିଲା । ୨୦୨୫-୨୬ରେ ଏହି ବଜେଟ୍ ଆକାର ୯ପ୍ରତିଶତ ଅପେକ୍ଷାକୃତ ବୃଦ୍ଧି ପାଇ ୨.୯୦ଲକ୍ଷ କୋଟି ଟଙ୍କା ହୋଇଛି । ସେହିପରି ୨୦୨୬-୨୭ରେ ଏହି ବଜେଟ୍ ପରିମାଣ ୩.୨୦ଲକ୍ଷ କୋଟି, ୨୦୨୭-୨୮ରେ ୩.୫୫ଲକ୍ଷ କୋଟି ଟଙ୍କା ଓ ୨୦୨୮-୨୯ରେ ୩.୯୫ଲକ୍ଷ କୋଟି ଟଙ୍କା ଏବଂ ୨୦୨୯-୨୦ରେ ବଜେଟ୍ ଆକାର ଐତିହାସିକ ମାଇଲଖୁଂଟ ହାସଲ କରି ୪.୪୦ଲକ୍ଷ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଇଛି ।

ରାଜ୍ୟରେ ବିଶେଷକରି ବାଣିଜ୍ୟକର, ଖଣି ଭିତ୍ତିକ ରାଜସ୍ୱ ଓ କେନ୍ଦ୍ରୀୟ ଟିକସ ହାର ବୃଦ୍ଧି ଯୋଗୁ ରାଜ୍ୟ ରାଜସ୍ୱ ସଂଗ୍ରହରେ ସୁଧାର ଆସିଛି । ୨୦୨୩-୨୪ରେ ରାଜ୍ୟ ବଜେଟରେ ରାଜସ୍ୱ ସଂଗ୍ରହ ମାତ୍ର ୧ଲକ୍ଷ ୭୯ହଜାର ୫୯୩ଟଙ୍କା(ମୋଟ ବଜେଟର ୭୮%) ଥିବାବେଳେ ୨୦୨୪-୨୫ ସଂଶୋଧିତ ବଜେଟରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୧୧ଲକ୍ଷ କୋଟି ଟଙ୍କା(୧୭% ଅଧିକ) ଓ ୨୦୨୫-୨୬ରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୩୨ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି । ସେହିପରି ଅଷ୍ଟମ ବେତନ କମିଶନରେ ରାଜ୍ୟ କର୍ମଚାରୀଙ୍କ ଦରମାରେ ୨୦ପ୍ରତିଶତ ବୃଦ୍ଧି ହେବ ବୋଲି ଆକଳନ କରି ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଶାସନିକ ଖର୍ଚ୍ଚରେ ୨୦୨୪-୨୫ ତୁଳନାରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି ।

ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି

ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି ସରକାର । ୨୦୨୬ ସୁଦ୍ଧା ରାଜ୍ୟର ସବୁସ୍ଥାନକୁ ପାଇପ୍‌ ଜଳ । ୧୧୫ଟି ସହରରେ ଜଳ ସଂଯୋଗ ମାଧ୍ୟମରେ ରାଜ୍ୟ ସରକାର ପାଣି ଯୋଗାଇବେ।

ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ ହେବ

ଆର୍ଥିକ ବର୍ଷ ୨୦୨୫-୨୬ରେ ରାଜ୍ୟ ସରକାର ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ କରିବେ । ଏହି ଯୋଜନା ମାଧ୍ୟମରେ ସରକାର ସହରାଞ୍ଚଳର ଅଳିଆ ଆବର୍ଜନା ସଫା କରିବେ। ଏଥି ପାଇଁ ୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

Odisha Budget

ପର୍ଯ୍ୟଟନସ୍ଥଳୀରେ ଆଧୁନିକ, ପରିବେଶ ଅନୁକୁଳ ସୁବିଧା

ରାଜ୍ୟ ସରକାର ଡେବ୍ରିଗଡ଼, ଶିମିଳିପାଳ, ଚିଲିକା, ମହେନ୍ଦ୍ରଗିରି ଆଦି ସ୍ଥାନ‌ର ବିକାଶ କରିବେ । ପର୍ଯ୍ୟଟକମାନଙ୍କୁ ଆଧୁନିକ ଓ ପରିବେଶ ଅନୁକୁଳ ସୁବିଧା ମିଳିବ। ଚିଲିକାରେ ଏକ ପକ୍ଷୀ ସଂଗ୍ରହାଳୟର ନିର୍ମାଣ କରାଯିବାକୁ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି ।

୧୨,୮୮,୦୦୦ ନିଯୁକ୍ତି ସୁଯୋଗ
ରାଜ୍ୟ ସରକାର ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ଅନେକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଛି। ଏହା ଦ୍ବାରା ରାଜ୍ୟରେ ୧୨,୮୮,୦୦୦ ନିଯୁକ୍ତି ସୃଷ୍ଟି ହେବ । ଇଣ୍ଡଷ୍ଟ୍ରିଆଲ ପାର୍କ, ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାର ଏକ ଶିଳ୍ପ କରିଡ଼ର ନିର୍ମାଣ କରିବେ। ଏହା ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ।

ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌
ରାଜ୍ୟ ସରକାର ସଡ଼କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି । ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୦୦୦୦ ଚାଳକଙ୍କୁ ତାଲିମ ଦେବେ। ମୁଖ୍ୟମନ୍ତ୍ରୀ ବସ୍‌ସେବା ଯୋଜନାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌ ।

ମତ୍ସ୍ୟ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ

ରାଜ୍ୟ ସରକାର ମତ୍ସ୍ୟ, ପଶୁପାଳନ ପାଳନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ମାଛ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ମତ୍ସ୍ୟଜୀବୀଙ୍କ ପାଇଁ ଉପଯୁକ୍ତ ସହାୟତା ପ୍ରଦାନ କରିବେ । ରାଜ୍ୟ ସରକାର ଆକ୍ବାପାର୍କ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ନୂତନ ଗୋଶାଳା ପ୍ରତିଷ୍ଠା ଓ ପୁରୁଣା ଗୋଶାଳାକୁ ସହାୟତା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଗୋ ମାତା ଯୋଜନାରେ ଗୋପାଳକଙ୍କୁ ସହାୟତା ପ୍ରଦାନ କରାଯିବ ଓ ଜାତୀୟ ପଶୁ ସଂପଦ ମିସନକୁ ତୀବ୍ର କରାଯିବ।

କୃଷି ଓ କୃଷକଙ୍କୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାର କୃଷି ଓ କୃଷକଙ୍କର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷୀମାନେ ଏବେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଦେଶରେ ପିଏମ୍‌ କିସାନ ଯୋଜାନରେ ଲାଗୁ ହେବା ଦ୍ବାରା ଓଡ଼ିଶାର ଚାଷୀମାନେ ମଧ୍ୟ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ଧାନ ସହ କପା, ବାଜରା, ଡାଲିଜାତୀୟ ଫସଲ, ତୈଳବୀଜ ଓ ପନିପରିବା ଚାଷକୁ ଗୁରୁତ୍ବ ଦେଇଛନ୍ତି । ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଳୁ ମିସନକୁ ସଫଳ କରିବା ପାଇଁ ଚାଷୀମାନଙ୍କୁ ୧ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି । ମିଲେଟ ଚାଷକୁ ଗୁରୁତ୍ବ ଦିଆଯାଇଛି । ୧୭୭ଟି ବ୍ଲକରେ ମିଲେଟ ମିସନ୍‌ ଜାରି ରହିଛି । ରାଜ୍ୟ ସରକାର ଶୀତଳଭଣ୍ଡା ପ୍ରତିଷ୍ଠା କରିବାକୁ ଗୁରୁତ୍ବ ଦେଉଛନ୍ତି। ଏହା ଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ସ୍ଥାପନ ହେବ । ଏହା ଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ଉପସ୍ଥାପନ ହୋଇପାରିବ । ଏଥିପାଇଁ ୨୫୨ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ସରକାର ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଆରମ୍ଭ କରିଛନ୍ତି।

ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ସଫଳ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ ଅବସରରେ କହିଛନ୍ତି, ଗତ ମାସରେ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ସଫଳ ହୋଇଛି ।

କେଉଁ କ୍ଷେତ୍ରକୁ ମିଳିଲା କେତେ-

  • ମୁହାଣ ଖନନ ପାଇଁ ୩୮୬ କୋଟି ବ୍ୟୟ ବରାଦ କରାଯାଇଛି
  • ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ ହୋଇଛି
  • ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ
  • ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି
  • ନଳକୂପ ଗୁଡ଼ିକ ପାଇଁ ବଜେଟ୍‌ରେ ୧୧୫୦ କୋଟି ରହିଛି
  • ମତ୍ସ୍ୟ ପଶୁପାଳନ ପାଇଁ ୧୯୦୯କୋଟି ବ୍ୟୟ ବରାଦ କରାଯାଇଛି
  • ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖିଛନ୍ତି ଆମ ସରକାର
  • ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହୋଇଛି
  • ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି
  • ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି

କୃଷି ପାଇଁ ୩୭,୮୦୦ କୋଟି ଟଙ୍କା ବ୍ୟୟ ବରାଦ

କୃଷି ପାଇଁ ଏଥର ବଜେଟ୍‌ରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସିଏମ୍‌ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି । ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖିଛୁ । ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି । ମିଲେଟ ପାଇଁ ଏମ୍‌ଏସ୍‌ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ରଖାଯାଇଛି । ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଜରିଆରେ ୬୫୦ କୋଟି ବ୍ୟୟ ବରାଦ କରାଯାଇଛି । ସୁଧମୁକ୍ତ ୫୦ ହଜାର କୋଟି ଋଣ କରାଯାଇଛି।

ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହାତ ହାତକୁ ନେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଠାରୁ ସୁଧମୁକ୍ତ ୫୦ ହଜାର କୋଟି ଋଣ ମିଳିଛି। ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି । ରାଜ୍ୟ ରାଜପଥକୁ ୪ ଲେନ୍‌ କରିବାକୁ ନିଷ୍ପତ୍ତି ହୋଇଛି । ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ । ଗମନାଗମନର ସୁବିଧା ପାଇଁ NHAI ପରି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ ହେବ । ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା । ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା ପାଇଁ ୧ ହଜାର ୮୫ କୋଟି ବ୍ୟୟ ବରାଦ କରାଯାଇଛି। ବନ୍ଦର ପାଇଁ ୧୭୦୭ କୋଟି ବ୍ୟୟ ବରାଦ
ରାଜ୍ୟରେ ବନ୍ଦରଗୁଡ଼ିକର ବିକାଶ କରାଯିବ । ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୭୦୭ କୋଟି ବ୍ୟୟ ବରାଦ । ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି ଖର୍ଚ୍ଚ ହେବ ।

ବୟନଶିଳ୍ପ ପାଇଁ ୧୨୨ କୋଟି ବ୍ୟୟ ବରାଦ

ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି । ହସ୍ତଶିଳ୍ପ ତାଲିକାକୁ ସଂଶୋଧନ କରାଯାଇଛି । ୧୦୦ ହସ୍ତଶିଳ୍ପ କାରିଗରଙ୍କୁ ବ୍ୟାଙ୍କ ଜରିଆରେ ଋଣ ଦିଆଯିବ । ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶରେ ସାମିଲ କରିବେ ସରକାର । ପର୍ଯ୍ୟଟନ ପାଇଁ ସରକାର ୮୨୦ କୋଟି ପ୍ରଦାନ କରିବେ ରାଜ୍ୟ ସରକାର । ପର୍ଯ୍ୟଟନର ସମନ୍ବିତ ବିକାଶ ପାଇଁ ବ୍ୟୟ ହେବ ୩୯୫ କୋଟି ।

ନଗର ଉନ୍ନୟନ ବିଭାଗ ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୧୧୦୦ କୋଟି । ସୁଜଳ ଯୋଜନା ପାଇଁ ୭୩୨ କୋଟି ଟଙ୍କା ବ୍ୟୟବରାଦ । ସ୍ବଚ୍ଛ ଓଡ଼ିଶା ପାଇଁ ୨୬୧ କୋଟି ଟଙ୍କା ବରାଦ କରାଯାଇଛି । ନୂଆ ସହର ବିକାଶ ପାଇଁ ୨୦୦ କୋଟି ବରାଦ । ସ୍ବଚ୍ଛ ଭାରତ ମିଶନ (ସହରାଞ୍ଚଳ) ପାଇଁ ୬୦୦ କୋଟି ବ୍ୟୟ ବରାଦ କରାଯାଇଛି ।

ସାମାଜିକ ସୁରକ୍ଷା କ୍ଷେତ୍ରରେ ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି ବ୍ୟୟ ବରାଦ । ଜାତୀୟ ବୟସ୍କ ଓ ପୀଡ଼ିତଙ୍କ ପାଇଁ ୨ ହଜାର ୧୮୧ କୋଟି ବ୍ୟୟ ହେବ । ଇନ୍ଦିରା ଗାନ୍ଧି ଜାତୀୟ ପେନ୍‌ସନ ଯୋଜନା ପାଇଁ ୧୦୧୬ କୋଟି ବ୍ୟୟ ବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ ୧୦୩୩ କୋଟି ବ୍ୟୟ ବରାଦ। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ ୧୦୯୩ କୋଟି। ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ ପାଇଁ ୧୨୭ କୋଟି ବ୍ୟୟ ବରାଦ । OPGC ଅଂଶଧନ ନିବେଶ ପାଇଁ ୪୨୯ କୋଟି ବ୍ୟୟ ଲକ୍ଷ୍ୟ ରଖାଯାଇଛି ।

ପର୍ଯ୍ୟଟନର ବିକାଶ ପାଇଁ ୮୨୦ କୋଟିର ବଜେଟ । ପର୍ଯ୍ୟଟକ ରହଣି ସୁବିଧା ପାଇଁ ୩୫୯ କୋଟି ବରାଦ କରାଯାଇଛି। ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ୩୩୨ କୋଟି । ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ୫୦ କୋଟି ବ୍ୟୟ ବରାଦ କରାଯାଇଛି । ସଡ଼କ ଓ ପୋଲ ପାଇଁ ରାଜ୍ୟ ସରକାର PMGSY ପାଇଁ ୧୭୦୦କୋଟିର ବ୍ୟୟ ବରାଦ କରିଛନ୍ତି।

ସଡ଼କ ବିକାଶ ଯୋଜନା ପାଇଁ ୬୫୦୨କୋଟି ଟଙ୍କା ବରାଦ । ସେତୁ ବନ୍ଧନ ଯୋଜନା ପାଇଁ ୨ହଜାର କୋଟି ବ୍ୟୟ କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ହଜାର ୪୭୦କୋଟି । ନିର୍ବାଚନମଣ୍ଡଳୀୱାରୀ ଆବଣ୍ଟନ ପାଇଁ ୧୪୨କୋଟି ବରାଦ କରାଯାଇଛି ।

ବଜେଟରେ ଓଡ଼ିଆ ଅସ୍ମିତା-
ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି ବରାଦ । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ।

୧୬ ନୂଆ ଯୋଜନା

  • ୧- ଅନ୍ତ୍ୟୋଦୟ ଗୃହ ଯୋଜନା-୨୬୩୦କୋଟି ଟଙ୍କା
  • ୨- ସୁଭଦ୍ରା ସୁରକ୍ଷା ଯୋଜନା-୧୫୩କୋଟି
  • ୩- ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା- ୩୦କୋଟି
  • ୪- ଉତ୍ତର ଓଡ଼ିଶା ବିକାଶ ପରିଷଦ-୨୦୦କୋଟି ଟଙ୍କା
  • ୫- ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ-୨୦୦କୋଟି ଟଙ୍କା
  • ୬- ଓଡ଼ିଶା ପୃଷ୍ଟି ମିଶନ-୧୦୦କୋଟି ଟଙ୍କା
  • ୭- ବକୁଳ ବନ ଉନ୍ନୟନ- ୫୦କୋଟି
  • ୮- ଆମ ଶିମିଳିପାଳ- ୫୦କୋଟି
  • ୯- ମଡେଲ ମଣ୍ଡି-୫୦କୋଟି
  • ୧୦-ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ-୧୦୦କୋଟି
  • ୧୧- ଓଡ଼ିଶା ପ୍ରବାସୀ ଓ ସମ୍ପର୍କ- ୧୦କୋଟି
  • ୧୨- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା-୧୨କୋଟି(ସାମୁହିକ ମାଗଣା ବିବାହ)
  • ୧୩- ସ୍ୱଚ୍ଛ ଓଡ଼ିଶା -୨୬୧କୋଟି ଟଙ୍କା
  • ୧୪- ଆମେ ପଢ଼ିବା ଆମ ଭାଷାରେ-୨୫କୋଟି ଟଙ୍କା
  • ୧୫- ସମୃଦ୍ଧ ସହର- ୪୦୮କୋଟି ଟଙ୍କା
  • ୧୬- ଅଟଳ ବସ ଷ୍ଟାଣ୍ଡ- ୧୨୬୬ କୋଟି

କେଉଁ ବିଭାଗ କେତେ ପାଇଲା

  • ଗୃହ ବିଭାଗ: ୧୦୭୫୯.୯୦
  • ସାଧାରଣ ପ୍ରଶାସନ ବିଭାଗ: ୭୪୦.୭୮
  • ଆଇନ ବିଭାଗ: ୧୦୫୯.୪୪
  • ବାଣିଜ୍ୟ ବିଭାଗ: ୩୦୮.୮୧
  • ନିର୍ମାଣ ବିଭାଗ: ୧୨୦୦୦
  • ଓଡ଼ିଶା ବିଧାନସଭା: ୧୪୪.୬୨
  • ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୧୫୩୭.୭୭
  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ କଲ୍ୟାଣ ବିଭାଗ ୬୪୩୬.୧୦
  • ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ୩୭୩.୨୨
  • କ୍ରୀଡ଼ା ଓ ଯୁବସେବା ବିଭାଗ ୧୩୧୯.୭୯ କୋଟି
  • ଯୋଜନା ଓ ସଂଯୋଜନ ବିଭାଗ ୨୮୦୮.୨୨
  • ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୨୮୪୫୧.୩୧
  • ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗ ୨.୯୬
  • ଶିଳ୍ପ ବିଭାଗ ୮୦୮.୧୫
  • ଜଳ ସମ୍ପଦ ବିଭାଗ ୧୪୮୯୪.୨୧
  • ପରିବହନ ବିଭାଗ ୩୭୯୪.୮୮
  • ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ୧୪୯୧.୪୯ କୋଟି
  • କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୧୪୭୦୦.୭୧
  • ଇସ୍ପାତ ଓ ଖଣି ବିଭାଗ ୪୦୪.୩୯ କୋଟି
  • ପରିବହନ ବିଭାଗ
  • ରେଳ ପ୍ରକଳ୍କ ଉନ୍ନତିକରଣ ୩୦୦ କୋଟି
  • ବେସାମରିକ ବିମାନ ଚଳାଚଳ ୩୮୨ କୋଟି
  • ମୁଖ୍ୟମନ୍ତ୍ରୀ ବସ ସେବା ୧୦୮୫ କୋଟି
  • ସବୁଜ ଓଡ଼ିଶା ବିଦ୍ୟୁତ ଯାନ ନୀତି ଅନୁଯାୟୀ ସବସିଡି ୧୬୦ କୋଟି
  • ଅଟଳ ବସଷ୍ଟାଣ୍ଡ ୧୨୬୬ କୋଟି
  • ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୯୯୭୩.୫୭
  • ସଡ଼କ ଓ ସେତୁ
  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ୧୭୦୦ କୋଟି
  • ସଡ଼କ ଉନ୍ନତିକରଣ ପ୍ରକଳ୍ପ ୬୫୦୨ କୋଟି
  • ସେତୁ ବନ୍ଧନ ଯୋଜନା ୨୦୦୦ କୋଟି
  • ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୩୪୦୦ କୋଟି
  • ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ୧୪୨ କୋଟି
  • ବିଭାଗଓ୍ବାରୀ ବଜେଟ୍ ଆବଣ୍ଟନ ୨୦୨୫-୨୬
  • ଅର୍ଥ ବିଭାଗ: ୬୩୫୧୧.୯୧
  • ସ୍କୁଲ ଓ ଗଣଶିକ୍ଷା ବିଭାଗ: ୩୧୧୮୫.୪୭
  • ରାଜସ୍ବ ବିଭାଗ : ୧୯୧୩.୨୮
  • ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ : ୨୨୭୪୧.୨୧
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+