ବିଧାନସଭା ବଜେଟ୍ ଅଧିବେଶନ ପାଇଁ ୨୦ରେ ବସିବ ସର୍ବଦଳୀୟ ବୈଠକ

ଆସନ୍ତା ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଫେବୃଆରୀ ୨୦ରେ ବସିବା ପାଇଁ ଯାଉଛି ସର୍ବଦଳୀୟ ବୈଠକ ।୨୦୨୩-୨୪ ବଜେଟ ଅଧିବେଶନକୁ ସୁରୁଖୁରରେ ଶେଷ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

odisha budget

ଭୁବନେଶ୍ୱର:ଆସନ୍ତା ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଫେବୃଆରୀ ୨୦ରେ ବସିବା ପାଇଁ ଯାଉଛି ସର୍ବଦଳୀୟ ବୈଠକ ।୨୦୨୩-୨୪ ବଜେଟ ଅଧିବେଶନକୁ ସୁରୁଖୁରରେ ଶେଷ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୨୦ ତାରିଖ ଦିନ ୧୧.୩୦ ବିଧାନସଭାରେ ନୂତନ ସମ୍ମିଳନୀ କକ୍ଷରେ ବସିବ ଏହି ବୈଠକ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ପାଇଁ ଥିବା ଏହି ଅଧିବେଶନରେ ଗୃହ କାର୍ଯ୍ୟସୂଚୀ ସ୍ଥିର କରାଯିବ ।

ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୨୪ ତାରିଖ ଦିନ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ତେବେ ଚଳିତ ବର୍ଷର ବଜେଟରେ ଚାଷୀ ଓ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ପ୍ୟାକେଜ୍ ସହ ଶିକ୍ଷା,ସ୍ୱାସ୍ଥ୍ୟ, ଗ୍ରାମ୍ୟ ଭିତ୍ତିଭୂମି, ପାନୀୟ ଜଳ ଓ ଜଳସେଚନ, ସହରାଂଚଳ ମୌଳିକ ଭିତ୍ତିଭୂମି ବିକାଶ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ବୃଦ୍ଧି କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+