୨୦୨୪-୨୫ ଆର୍ଥିକ ବର୍ଷ ରେ ମିଶନ ଶକ୍ତି ପାଇଁ ୨୭୬୧ କୋଟି ଟଙ୍କା ବ୍ୟୟବରାଦ
୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି ।
ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ । ଏହି କ୍ରମରେ ରାଜ୍ୟ ସରକାର ରାଜ୍ୟରେ ମିଶନ ଶକ୍ତି ପାଇଁ ୨୭୬୧ କୋଟି ଟଙ୍କା ବୟବରାଦ କରାଯାଇଛି । ସେହିଭଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ସଂଘକୁ ୧୧୭୯ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଁ ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୪୧୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

'ମିଶନ ଶକ୍ତି ସ୍କୁଟର ଯୋଜନା' ଅଧୀନରେ ନିଜ ପସନ୍ଦର ସ୍ଫୁଟର କିଣିବା ପାଇଁ ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରୀୟ ମହାସଂଘର ପ୍ରାୟ ୨ ଲକ୍ଷ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯାଉଛି । ଏଥିପାଇଁ ଆସନ୍ତା ପାଞ୍ଚ ବର୍ଷରେ ୫ଶହ ୨୯ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି ।












Click it and Unblock the Notifications