Get Updates
Get notified of breaking news, exclusive insights, and must-see stories!

Odisha Budget: ସଡ଼କ, ରେଳପଥ ଓ ପରିବହନ ପାଇଁ 21,004 କୋଟି ବ୍ୟୟବରାଦ

ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳବାଇ ଅଧୀନରେ 21,004 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ସଡ଼କ ସୁରକ୍ଷା ପାଣ୍ଠିକୁ 45 କୋଟି ଟଙ୍କା, ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟିକୁ ଅନୁଦାନ ନିମନ୍ତେ 45 କୋଟି ଟଙ୍କା, ଏବଂ ଦୁର୍ଘଟଣା ଜନିତ ଅନୁକମ୍ପା ପାଣ୍ଠିକୁ 10 କୋଟି ଟଙ୍କା ପ୍ରଦାନ କରାଯାଇଛି । ସଡକ ବିକାଶ କାର୍ଯ୍ୟକ୍ରମ ପାଇଁ 6194 କୋଟି ଟଙ୍କା ଏବଂ Biju Express Way ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଟ୍ରକ୍ ଟର୍ମିନାଲ୍ ନିର୍ମାଣ ପାଇଁ 130 କୋଟି ଟଙ୍କା, ଏବଂ ଓଡିଶା ପରିବହନ ଡ୍ରାଇଭର ଏବଂ ଶ୍ରମିକ କଲ୍ୟାଣ ଯୋଜନା ପାଇଁ 21 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରେଳ ପ୍ରକଳ୍ପର ବିକାଶ ପାଇଁ 700 କୋଟି ଟଙ୍କା ଓ ବେସାମରିକ ବିମାନ ଚଳାଚଳ ପାଇଁ କୋଟି 372 ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ 1000 କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି ।

Odisha budget

ବିଦ୍ୟୁତ ଚଳିତ ଯାନ ନୀତି ଅଧୀନରେ ସବସିଡି ନିମନ୍ତେ 90 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । "ଆମ ବସ୍ ଷ୍ଟାଣ୍ଡ" ଯୋଜନା ପାଇଁ 210 କୋଟି ଟଙ୍କା ଓ 59 ଟି ମଣ୍ଡଳ ସ୍ତରୀୟ ବସ ଷ୍ଟାଣ୍ଡର କାର୍ଯ୍ୟ ଏବଂ ପରିଚାଳନା ସକାଶେ 32 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସାରା ରାଜ୍ୟରେ ଲୋକଙ୍କ ପାଇଁ ନିଶ୍ଚିତ ଓ ସୁଲଭ ପରିବହନ ସୁବିଧା ପାଇଁ ନୂଆ ଯୋଜନା Location accessible multimodal_initiative (LACCMI) ନିମନ୍ତେ 1,191 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବିଜୁ ସେତୁ ଯୋଜନାରେ 2024-25 ବର୍ଷରେ ନୂଆ ସେତୁ ପ୍ରକଳ୍ପ ପାଇଁ 2000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମାଞ୍ଚଳରେ ପ୍ରମୁଖ ଯୋଜନାରେ ରାସ୍ତା ନିର୍ମାଣ ପାଇଁ 3166 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

2024-25 ଆର୍ଥିକ ବର୍ଷରେ ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ 1,298 କୋଟି ଟଙ୍କା ବ୍ୟୟନର କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଅଧୀନରେ ଗ୍ରାମୀଣ ସଡ଼କ ପାଇଁ 1,850 କୋଷ୍ଠି ବ୍ୟୟବରାଦ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+