Odisha budget 2025; ରାଜ୍ୟରେ ବିକାଶ ପଦକ୍ଷେପ, ୧୬ ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଏଥର ବଜେଟ୍ରେ ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗ୍ରାମୀଣ ବିକାଶ, ପରିବହନ ବିକାଶ, ଚାଷୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦେଇଛନ୍ତି ସରକାର । ସବୁଠାରୁ ବଡ଼ କଥା କହିଛନ୍ତି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଜଗନ୍ନାଥ ଯୋଜନା ଘୋଷଣା କରିଛନ୍ତି ସରକାର । ଯେଉଁଥିରେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ମାଗଣରେ ଆସି ଶ୍ରୀମନ୍ଦିର ବୁଲିବା ସହ ମହାପ୍ରସାଦ ସେବନ କରି ପାରିବେ ।

୧. ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି
୨. ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ବ୍ୟୟ ବରାଦ
୩. ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା
୪. ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୫. ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୬. ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
୭. ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି ଟଙ୍କା
୮. ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି
୯. ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି
୧୦. ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି
୧୧. ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି
୧୨. ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
୧୩. ସ୍ୱଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି
୧୪. ଆମେ ପଢ଼ିବା ଆମ ଭାଷାରେ' ଯୋଜନା ପାଇଁ ୨୫ କୋଟି
୧୫. ଅଟଳ ବସ୍ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି
୧୬. ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି












Click it and Unblock the Notifications