Odisha budget 2025 live: ୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍
ବିଧାନଭାରେ ସୋମବାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଆଗତ । ଅର୍ଥମନ୍ତ୍ରୀ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବିକଶିତ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥର ବଜେଟ୍ର ମୋଟ୍ ପରିମାଣ ୨ ଲକ୍ଷ ୯୦ ହଜାର କୋଟି ରହିଛି ।

ତେବେ କୃଷି ପାଇଁ ଏଥର ବଜେଟରେ ୩୭, ୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ । ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି । ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଗରିବ ଝିଅମାନଙ୍କ ପାଇଁ ଗଣବିବାହ ଆୟୋଜନ କରିବେ ରାଜ୍ୟ ସରକାର
ରାଜ୍ୟ ବଜେଟ୍ ୨୦୨୫-୨୬: କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି
ଏନ୍ଏଚ୍ଏଆଇ ଢାଞ୍ଚାରେ ଗଠନ ହେବ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ
୧୭୭ଟି ବ୍ଲକରେ ମିଲେଟ ମିସନ୍ ଜାରି
୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ କପି ପ୍ରଦାନ
ରାଜଭବନଠାରେ ମାନ୍ୟବର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ କପି ପ୍ରଦାନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ବଜେଟ୍ କପି ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।#ସମୃଦ୍ଧଓଡ଼ିଶାବଜେଟ୍#SamruddhaOdishaBudget… pic.twitter.com/HXWdPvnNXs
— CMO Odisha (@CMO_Odisha) February 17, 2025












Click it and Unblock the Notifications