Odisha budget 2025; ଜାଣନ୍ତୁ କେଉଁ ବିଭାଗକୁ ବଜେଟରୁ ମିଳିଲା କେତେ ?
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ମାଝୀ ବଜେଟ୍ ଅଭିଭାଷଣରେ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ।

କେଉଁ ବିଭାଗକୁ କେତେ ଆବଣ୍ଟନ
ଗୃହ ବିଭାଗକୁ ୧୦୭୫୯.୯୦ କୋଟି ଟଙ୍କା
ସାଧାରଣ ପ୍ରଶାସନ ଏବଂ ପିଜି ବିଭାଗକୁ ୭୪୦.୭୫ କୋଟି ଟଙ୍କା
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୧୯୧୩.୨୮ କୋଟି ଟଙ୍କା
ଆଇନ ବିଭାଗକୁ ୧୦୫୯.୪୪ କୋଟି ଟଙ୍କା
ଅର୍ଥ ବିଭାଗକୁ ୬୩୫୧୧.୯୧ କୋଟି ଟଙ୍କା
ବାଣିଜ୍ୟ ମନ୍ତ୍ରଣାଳୟ ପାଇଁ ୩୦୮.୮୧ କୋଟି ଟଙ୍କା
ପୂର୍ତ୍ତ ବିଭାଗ ପାଇଁ ୧୨୦୦୦ କୋଟି ଟଙ୍କା
ଓଡ଼ିଶା ବିଧାନସଭା ପାଇଁ ୧୪୪.୬୨ କୋଟି ଟଙ୍କା
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୧୫୩୭.୭୭ କୋଟି ଟଙ୍କା
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କା
ଏସସି/ଏସଟି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ପାଇଁ ୬୪୩୬.୧୦ କୋଟି ଟଙ୍କା
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୨୨୭୪୧.୨୧ କୋଟି ଟଙ୍କା
ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଁ ୯୯୭୩.୫୭ କୋଟି ଟଙ୍କା
ଶ୍ରମ ମନ୍ତ୍ରଣାଳୟ ପାଇଁ ୩୭୩.୨୨ କୋଟି ଟଙ୍କା
କ୍ରୀଡ଼ା ଏବଂ ଯୁଗ ବ୍ୟାପାର ବିଭାଗ ପାଇଁ ୧୩୧୯.୭୯ କୋଟି ଟଙ୍କା
ଯୋଜନା ଏବଂ କ୍ରିୟାନ୍ୱୟନ ବିଭାଗ ପାଇଁ ୨୮୦୮.୨୨ କୋଟି ଟଙ୍କା
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପାଇଁ ୨୮୪୫୧.୩୧ କୋଟି ଟଙ୍କା
ଶିଳ୍ପ ବିଭାଗ ପାଇଁ ୮୦୮.୧୫ କୋଟି ଟଙ୍କା
ଜଳ ସମ୍ପଦ ବିଭାଗ ପାଇଁ ୧୪୮୯୪.୨୧ କୋଟି ଟଙ୍କା
ପରିବହନ ବିଭାଗ ପାଇଁ ୩୭୯୪.୮୮ କୋଟି ଟଙ୍କ
ଜଙ୍ଗଲ ଏବଂ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ୧୪୯୧.୪୯ କୋଟି ଟଙ୍କା
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୧୪୭୦୦.୭୧ କୋଟି ଟଙ୍କା
ଇସ୍ପାତ ଏବଂ ଖଣି ବିଭାଗ ପାଇଁ ୪୦୪.୩୯ କୋଟି ଟଙ୍କା
ସୂଚନା ଏବଂ ଲୋକ ସମ୍ପର୍କ ପାଇଁ ୧୬୦.୭୦ କୋଟି ଟଙ୍କା
ଅବକାରୀ ବିଭାଗ ପାଇଁ ୨୪୪.୯୯ କୋଟି ଟଙ୍କା
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ୩୫୩.୨୨ କୋଟି ଟଙ୍କା
ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦୦୨୦.୧୨ କୋଟି ଟଙ୍କା
ସଂସଦୀୟ ବ୍ୟାପାର ପାଇଁ ୭୪.୭୧ କୋଟି ଟଙ୍କା
ଉର୍ଜା ବିଭାଗ ପାଇଁ ୩୯୬୨.୩୩ କୋଟି ଟଙ୍କା












Click it and Unblock the Notifications