Odisha budget 2025; ଚାଷୀ ହେବେ ଉପକୃତ, ବଡ ଘୋଷଣା କଲେ ସରକାର
୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। କୃଷି ପାଇଁ ଏଥର ବଜେଟରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସେହିପରି ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି କରାଯାଇଛି। ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି। ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ ପାଇଁ ଏମଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ।

ବଜେଟର ପ୍ରଥମ ଭାଗରେ ସେ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ । କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ।
ବଜେଟର ପ୍ରଥମ ଭାଗରେ ମୁଖ୍ୟମନ୍ତ୍ରୀ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ । କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ।












Click it and Unblock the Notifications