Get Updates
Get notified of breaking news, exclusive insights, and must-see stories!

Odisha budget 2025; ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୪୭୦ କୋଟି, ରାଜ୍ୟରେ ସବୁ ରାଜ୍ୟ ରାଜପଥ ହେବ ୪ ଲେନ୍

ସମୃଦ୍ଧ ଓଡ଼ିଶା ସ୍ୱପ୍ନକୁ ବଳ ଦେବାକୁ ପରିବହନ ବ୍ୟବସ୍ଥା ସୁଦୃଢ଼ କରିବାକୁ ସ୍ଥିର କରିଛନ୍ତି ସରକାର । ଏହି କ୍ରମରେ ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ଆହୁରି ସୁଗମ କରାଯିବ । ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଏଥର ରାଜ୍ୟର ସବୁ ରାଜପଥ ୪ ଲେନ୍‌ କରାଯିବ ।

Chief Minister s road scheme

ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । ରାଜ୍ୟରେ ଥିବା ସମସ୍ତ ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍‌ ବିଶିଷ୍ଟ କରାଯିବ। ଏହା ସହିତ ନୂଆ କରି ୩ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ ସମୟରେ ସୂଚନା ଦେଇଛନ୍ତି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନଏଚଏଆଇ) ଭଳି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ କରାଯିବ। ଗ୍ରାମୀଣ ପରିବହନ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ପାଇଁ ୧ ହଜାର ୮୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।ସୁରକ୍ଷିତ ପରିବହନ ବ୍ୟବସ୍ଥା ପାଇଁ ଡ୍ରାଇଭର ତାଲିମ ନେବେ । ଗାଡ଼ିଗୁଡ଼ିକ ଫିଟନେସ୍‌ର ଅଟୋମେଟିକ୍‌ ଯାଞ୍ଚ୍ ହେବ । ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଦିଗରେ ଉପରେ ଧ୍ୟାନ ଦେବାକୁ ୨୮୫ କୋଟି ବ୍ୟୟବରାଦ ରହିଛି ।

ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ସବୁଦିନିଆ ବନ୍ଦର ହେବ । ଏହି ଦୁଇ ବନ୍ଦରର ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରେଳ ପ୍ରକଳ୍ପକୁ ଠିକ୍‌ ସମୟରେ କାର୍ୟ୍ୟକାରୀ କରିବାକୁ କେନ୍ଦ୍ର ଟଙ୍କା ଦେଇଛି । ସେହିଭଳି ପାରାଦୀପରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ହେବ । ଓଡ଼ିଶାରେ ବିମାନ ଚଳାଚଳର ବିକାଶ ଲାଗି ଅର୍ଥ ବ୍ୟୟବରାଦ ହୋଇଛି । ଭୁବନେଶ୍ୱର, ପୁରୀ, କଟକ, ଜଟଣୀ ଆଦିକୁ ନେଇ ମହାନଗରୀ ଭିତ୍ତିରେ ବିକାଶ ହେବ । ସମୃଦ୍ଧ ସହର ଯୋଜନା ଆରମ୍ଭ ହୋଇଛି । କଟକ-ଭୁବନେଶ୍ବର-ପୁରୀ ଅର୍ଥନୈତିକ ଅଞ୍ଚଳର ବିକାଶ ହେବ ।

ମୋହନ ମାଝୀ କହିଛନ୍ତି ପରିବହନ କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ସଶନ୍ତୀକରଣ ପାଇଁ ଆମ ସରକାର କେତେକ ନିର୍ଦ୍ଦିଷ୍ଟ ମାର୍ଗରେ କେବଳ ମହିଳା କର୍ମଚାରୀଙ୍କୁ ନେଇ "ସ୍ବତନ୍ତ୍ର ମହିଳା ବସ୍" ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଧାରିତ ସମୟରେ ଏହି ସେବାକୁ ଆହୁରି ସମ୍ପ୍ରସାରଣ କରାଯିବ ।
ଗ୍ରାମୀଣ ପରିବହନ ଓ ଯୋଗାଯୋଗକୁ ସୁଦୃଢ କରିବା ପାଇଁ ରାଜ୍ୟବ୍ୟାପୀ ବସ୍ ସେବାର ସୁଦୃଢ଼ୀକରଣ ପାଇଁ "ମୁଖ୍ୟମନ୍ତ୍ରୀ ବସ୍ ସେବା" ଯୋଜନାରେ ଏକ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଏକ ଶହ ୩୩ଟି ବସଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ "ଅଟଳ ବସଷ୍ଟାଣ୍ଡ ଯୋଜନା"ରେ ଏକ ହଜାର ୨୬୬ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+