Odisha Budget 2025-26: ବଜେଟ୍‌ରେ ନୂଆ କରି ଶ୍ରୀଜଗନ୍ନାଥ ଯୋଜନା ପାଇଁ ବ୍ୟୟ ବରାଦ

ବଜେଟ୍‌ରେ ନୂଆ କରି ଶ୍ରୀଜଗନ୍ନାଥ ଯୋଜନା ପାଇଁ ବ୍ୟୟ ବରାଦ । ସଦର ମହକୁମାରୁ ମାଗଣାରେ ବସ୍‌ରେ ଆସିବେ ଶ୍ରଦ୍ଧାଳୁ । ମାଗଣାରେ ବସ୍‌ରେ ଆସି ଦର୍ଶନ କରିବେ, ଅବଢ଼ା ଖାଇବେ ।

Odisha Budget 2025-2

ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ।

ଲୋକଙ୍କ ସରକାରର ଏହା ଦ୍ବିତୀୟ ବଜେଟ୍‌ । ଆମ ସରକାର ରାଜ୍ୟର ଐତିହ୍ୟ ପ୍ରତି ସଜାଗ । ଓଡ଼ିଆ ଲୋକ ବିଶ୍ବାସୀ ସରକାର ଚାହିଁଥିଲେ । ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରିଛୁ । ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ । ରାଜ୍ୟରେ ନିଯୁକ୍ତି ବଢିବ । ଓଡ଼ିଶାକୁ ବିକଶିତ କରିବା ଦିଗରେ ଆମେ କାମ କରୁଛୁ । ଆମେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ସହରୀକରଣ ଯୋଜନା ଅଭିବୃଦ୍ଧିର ଇଞ୍ଜିନ କରିବୁ । ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ବନ୍ଦର ଭିତ୍ତିକ ବିକାଶ ଦିଗରେ ଆମେ କାମ କରୁଛୁ । ନୂଆ ଶିଳ୍ପ ଦିଗରେ ରାଜ୍ୟ ସରକାର ଅଗ୍ରସର ହେଉଛନ୍ତି ।

ଦକ୍ଷିଣ ଓ ପଶ୍ଚିମ ଅଂଚଳର କପା ଚାଷୀଙ୍କୁ ଗୁରୁତ୍ବ । ଉଦ୍ୟାନ କୃଷି ଚାହିଦା ବଢିଛି । ଜଳସେଚନ ପ୍ରକଳ୍ପର ବିକାଶ ଲାଗି ଯୋଜନା କରାଯାଇଛି । ଚାଷୀଙ୍କ ଆୟ ବଢାଇବା ଆମର ଲକ୍ଷ୍ୟ । ଆଳୁ ଉପରେ ଆମେ ନିର୍ଭର ହେବାକୁ ଚାହୁଁନାହୁଁ । ରବି ଋତୁରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଛି । 'ଓଡ଼ିଶାର ବିକାଶ ସହ ହେବ ସହରୀକରଣ ବ୍ୟବସ୍ଥା' । ବନ୍ଦର ଭିତ୍ତିକ ବିକାଶ ଉପରେ ସରକାରଙ୍କ ଗୁରୁତ୍ବ । ନୂତନ ନିଯୁକ୍ତିକାରୀ ଶିଳ୍ପ ଉପରେ ଅଛି ବିଶେଷ ଗୁରୁତ୍ବ । ୧୬ ଲକ୍ଷ ୭୩ହଜାର କୋଟିର ପୁଞ୍ଜି ଆସିବା ଲକ୍ଷ୍ୟ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ରହିଛି ।

ମିଲେଟ୍‌ ଚାଷ ଲାଗି ୩୦ ଜିଲ୍ଲାରେ କାମ କରୁଛି । ଅଚଳ ଶୀତଳଭଣ୍ଡାର ଲାଗି ଆର୍ଥିକ ସହାୟତା ଦିଆଯିବ । ୨ ଶହ ୫୨ କୋଟି ଶୀତଳ ଭଣ୍ଡାର ଲାଗି ମିଳିବ । ନୂଆ ଶୀତଳ ଭଣ୍ଡାର ତିଆରି ପାଇଁ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+