ଓଡ଼ିଶା ବଜେଟ୍ ୨୦୨୪: କୃଷି ବଜେଟର ପରିମାଣ ୩୩ ହଜାର ୯୧୯ କୋଟି
କୃଷି ବଜେଟର ପରିମାଣ ୩୩ ହଜାର ୯୧୯ କୋଟି । ସରକାର ଆଣିବେ ସମୃଦ୍ଧ କୃଷକ ଯୋଜନା । ଚାଷୀଙ୍କଠାରୁ ୩୧୦୦ ଟଙ୍କାରେ ଧାନ କିଣିବେ ସରକାର । ବଜେଟରେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ୫ ହଜାର କୋଟି ଟଙ୍କାର ପ୍ରସ୍ତାବ ।

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କର ଏହା ଓଡ଼ିଶା ପାଇଁ ପ୍ରଥମ ବଜେଟ । ରାଜ୍ୟର ମୋଟ ବଜେଟ୍ ପରିମାଣ ରହିଛି 2 ଲକ୍ଷ 65 ହଜାର କୋଟି । ଗତ ସରକରା 2 ଲକ୍ଷ 55 ହଜାର ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ । ତେବେ 2023-24 ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ 15 ପ୍ରତିଶତ ଅଧିକ ରହିଛି ।
ସେହିପରି ଓଡିଶାରେ ସୃଷ୍ଟି ହେବେ ୨୫ ଲକ୍ଷ 'ଲକ୍ଷପତି ଦିଦି' । ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା । ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା -ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ -ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି । କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ -ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସୂଚନା -ଧାର୍ଯ୍ୟ ଏମ୍ଏସ୍ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ।












Click it and Unblock the Notifications