ମୋ ସ୍କୁଲ ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ: ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି
ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସ୍ତରର ଶିକ୍ଷଣ ନିମନ୍ତେ ଗଢିତୋଳେ । ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୁଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଉଛି । ଏଥ୍ ପାଇଁ 50 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ଆମେ "ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ' ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ 2024-25 3 ଶହ 32 କୋଟି ଟଙ୍କା ଆବଣ୍ଟନ କରିବୁ ।
ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା ପ୍ରଦାନ କରି କୌଣସି ଛାତ୍ରଛାତ୍ରୀ ଯେପରି ଅଧାରୁ ବିଦ୍ୟାଳୟ ନ ଛାଡିବେ ତାହା ସୁନିଶ୍ଚିତ କରିବା ପାଇଁ ସମଗ୍ର ଶିକ୍ଷା ଏବଂ Strengthening Teaching- Learning_and_Results_for_States (STARS) କାର୍ଯ୍ୟକାରୀ କରାଯିବ । ଚଳିତ ବର୍ଷ ମୁଁ ସମଗ୍ର ଶିକ୍ଷା ପାଇଁ 3 ହଜାର 7 ଶହ 91 କୋଟି ଟଙ୍କା ଏବଂ STARS ପାଇଁ 7 ଶହ 14 କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖୁଛି । ଉଭୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୂଚନା ପ୍ରଯୁକ୍ତି ବିଦ୍ୟା, ସଂଚାର ଓ ଯୋଗାଯୋଗ ଉପରେ ଗୁରୁତ୍ବ ଦିଆଯିବ ।

2024-25 ଆର୍ଥିକ ବର୍ଷରୁ PM-SHRI ଯୋଜନାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟଗୁଡ଼ିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ଯେଉଁଠି ଶିକ୍ଷା ଅନୁକୂଳ ବାତାବରଣ ଓ ଗୁଣାତ୍ମକ ଶିକ୍ଷଣ କୌଶଳ ଉପଲବ୍ଧ ହେବ । ଏହା ସହିତ, ଚଳିତ ଶିକ୍ଷାବର୍ଷରେ ହାଇସ୍କୁଲଗୁଡ଼ିକରେ ଏକ ସମନ୍ବିତ ଆକାଂକ୍ଷୀ ପାଠ୍ୟକ୍ରମ ପ୍ରଚଳନ କରାଯିବ । 2024-25ରେ ଶ୍ରେଣୀଗୃହରେ କମ୍ପ୍ୟୁଟର ଓ ମୌଳିକ କୋଡିଂ ପାଠ୍ୟକ୍ରମ ପ୍ରଚଳନ ହେବାକୁ ଯାଉଛି ।












Click it and Unblock the Notifications