Get Updates
Get notified of breaking news, exclusive insights, and must-see stories!

Odisha Budget 2024: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା

Odisha Budget 2024: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କର ଏହା ଓଡ଼ିଶା ପାଇଁ ପ୍ରଥମ ବଜେଟ । ରାଜ୍ୟର ମୋଟ ବଜେଟ୍ ପରିମାଣ ରହିଛି 2 ଲକ୍ଷ 65 ହଜାର କୋଟି । ଗତ ସରକରା 2 ଲକ୍ଷ 55 ହଜାର ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ । ତେବେ 2023-24 ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ 15 ପ୍ରତିଶତ ଅଧିକ ରହିଛି ।

ତେବେ ବିଜେପି ସରକାରଙ୍କ ପ୍ରଥମ ବଜେଟରେ ଶ୍ରୀମନ୍ଦିର ପାଇଁ 500 କୋଟିର କର୍ପସ ଫଣ୍ତ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର କଳ୍ପନା କରିବା ଅସମ୍ଭବ ।

ଓଡିଶାରେ ସୃଷ୍ଟି ହେବେ ୨୫ ଲକ୍ଷ 'ଲକ୍ଷପତି ଦିଦି'
ସେହିପରି ଓଡିଶାରେ ସୃଷ୍ଟି ହେବେ ୨୫ ଲକ୍ଷ 'ଲକ୍ଷପତି ଦିଦି' । ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା । ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା -ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ -ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି । କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ -ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସୂଚନା -ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ମୋଟ୍ 2 ଲକ୍ଷ 65 ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଛି । ଯାହା ଗତ ଥର ଏପକ୍ଷା 15 ପ୍ରତିଶତ ଅଧିକ । ବିଜେପି ସରକାର ଚାଷୀ ମାନଙ୍କ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ଚାଷୀ ଯୋଜନା ଆଣିଛନ୍ତି । ଯେଉଁଥି ପାଇଁ ସରକାର 1935 କୋଟି ବ୍ୟୟବରାଦ କରିଛନ୍ତି । ସେହିପରି ବଜେଟରେ ଚାଷୀଙ୍କ ପାଇଁ 'ସମୃଦ୍ଧ କୃଷକ ଯୋଜନା' ଘୋଷଣା କରିଛନ୍ତି ସରକାର । ଏହି ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରାଯାଇଥିଲା ବେଳେ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି।

ଗତବର୍ଷ ତୁଳନାରେ ଏଥର କୃଷି ବଜେଟ୍ ପାଇଁ ସରକାର ଅଧିକ ଟଙ୍କାର ବ୍ୟୟବରାଦ କରିଛନ୍ତି । ଗତବର୍ଷ କୃଷି ବଜେଟ୍ 24,829 କୋଟି ଟଙ୍କା ଥିବା ବେଳେ ଏଥର 33,919 କୋଟିକୁ ବୃଦ୍ଧି କରାଯାଇଛି । ଏହାସହ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରି ସରକାର ଧାନ କୁଇଣ୍ଟାଲ 31 ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଯାହା ଦ୍ୱାରା MSPଠୁ 8 ଶହ ଟଙ୍କା ଅଧିକ ଟଙ୍କା ପାଇବେ ଚାଷୀ ।

ମିଲେଟ୍ ଚାଷ ପାଇଁ ମୋହନ ସରକାର ଶ୍ରୀ ଅନ୍ନ ଅଭିଯାନ
ମିଲେଟ୍ ଚାଷ ପାଇଁ ମୋହନ ସରକାର ଶ୍ରୀ ଅନ୍ନ ଅଭିଯାନ ବଜେଟରେ ୬୪୯ କୋଟି ଟଙ୍କା ବ୍ୟୟବରାଦ ପ୍ରଧାନମନ୍ତ୍ରୀ ପଂସଲ ବୀମା ପାଇଁ ୬ ଶହ କୋଟି ଟଙ୍କାର ପ୍ରସ୍ତାବ ଜୈବିକ ଚାଷକୁ ପ୍ରତ୍ସୋହିତ କରିବା ପାଇଁ ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ । ସେହିପରି ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି । ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି ଘୋଷଣା କରାଯାଇଛି । ସିଏମ୍‌ କିଷାନ ଯୋଜନା ପାଇଁ ୧୯୩୫ କୋଟି ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ୍‌ କିଷାନ -ସିଏମ୍‌ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ ।

Odisha Budget 2024

ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା -ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ -ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି । ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ସରକାର 1 ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ନୂତନ ସହର ବିକଶିତ କରିବା ପାଇଁ
ବିଜେପି ସରକାର 918 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ଶିଳ୍ପ ପାଇଁ ଆଗୁଆ ଜମି ଅଧିଗ୍ରହଣ କରିବା ପାଇଁ ସରକାର ଲ୍ୟାଣ୍ତବ୍ୟାଙ୍କ ଯୋଜନାରେ 200କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

ଶିକ୍ଷାକ୍ଷେତ୍ର ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କା। ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ । ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ବ୍ୟୟବରାଦ । କ୍ରୀଡା ଓ ଯୁବ ସେବା ପାଇଁ ୧ ହଜାର ୩୧୫ କୋଟି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+