Odisha Budget 2024: ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ
ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍। ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ। ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ବିଜେପି ରତ୍ନଭଣ୍ଡାରକୁ ଏଜେଣ୍ଡା କରି ନିର୍ବାଚନୀ ବୈତରଣୀ ପାର ହୋଇଥିଲା। ଆଉ ନିର୍ବାଚନ ଜିତିବା ପରେ ରତ୍ନଭଣ୍ଡାର ଖୋଲାଯାଇଥିଲା।
ସେପଟେ ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି । ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କହିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାରରେ ଗଣତିମଣତି କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ କରିପାରିନାହିଁ । ବର୍ତ୍ତମାନ ପ୍ରସ୍ତୁତି ଶେଷ ହୋଇଛି ।












Click it and Unblock the Notifications