Odisha Budget 2024: ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ, ମାସକୁ ମିଳିବ ୩ ହଜାର ୫୦୦ ଟଙ୍କା
ବଜେଟରେ ବଡ ଘୋଷଣା କରିଛନ୍ତି ମୋହନ ସରକାର । ବଜେଟରେ ଭତ୍ତାର ପରିଣାକୁ ବୃଦ୍ଧି କରାଯାଇଛି । ବଜେଟରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ।

ଏହାସହ ଭିନ୍ନକ୍ଷମ କଲ୍ୟାଣ ପାଇଂ ୩ ଶହ ୨କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ସେମାନଙ୍କ ଯାତାୟତ ଅନୁକୂଳ କରାଇବା ପାଇଁ ୧୦ କୋଟି ଟଙ୍କା ବ୍ୟବରାଦର ପ୍ରସ୍ତାବ ରହିଛି ।












Click it and Unblock the Notifications