Odisha Budget 2024: ଓଡ଼ିଶା ବଜେଟ୍ ୨୦୨୪, ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ଖାଲି ପଡିଥିବା ଦେଢ ଲକ୍ଷ ମୂଳ ସରକାରୀ ପଦବୀକୁ ଆଗାମୀ ୫ ବର୍ଷ ମଧ୍ୟରେ ନିରପେକ୍ଷ ଓ ସ୍ୱଚ୍ଛତାର ସହିତ ପୂରଣ କରିବା ପାଇଁ ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏଥି ମଧ୍ୟରୁ ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ କରାଯିବ ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋଟ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ। ବଜେଟରେ ପ୍ରାୟ ସବୁ ବର୍ଗଙ୍କୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର। ବିଶେଷକରି ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ଉପରେ ଅଧିକ ଫୋକସ ଦିଆଯାଇଛି। ବଡ଼ କଥା ହେଉଛି, ପୂର୍ବ ସରକାର ଯେଉଁସବୁ ଯୋଜନା ଆରମ୍ଭ କରିଥିଲେ, ସେସବୁର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ଏହାସହ କିଛି ନୂଆ ଯୋଜନା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି ।

ଚଳିତ ବଜେଟରେ ୨୦୨୩-୨୪ ତୁଳନାରେ ୧୫% ଅଧିକ ରହିଛି। ବଜେଟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ୪ଟି ବର୍ଗକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି।ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି।












Click it and Unblock the Notifications