ଓଡ଼ିଶା ବଜେଟ୍ ୨୦୨୪-୨୫ ଉପସ୍ଥାପନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; କ'ଣ କ'ଣ କହିଲେ ମୁଖ୍ୟମନ୍ତ୍ରୀ ?
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ।
୨୦୨୩-୨୪ ତୁଳନାରେ ୧୫ ପ୍ରତିଶତ ଅଧିକ ବଜେଟ୍ ରହିଛି। ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ ।
ଏହି ଅବସରରେ ପ୍ରଥମ ବଜେଟରେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ 10 ଟି ସ୍ତମ୍ଭକୁ ପବିତ୍ର ଗୃହ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ।
ଯଥା-
1.ଅନ୍ନଦାତା (କୃଷକ)
2. ନାରୀ ଶକ୍ତି
3. ସାମାଜିକ ନ୍ୟାୟ
4. ଉତ୍ତମ ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା
5. ସାବଲୀଳ ଜୀବନଯାପନ
6. ମୌଳିକ ନାଗରିକ ସୁବିଧା
7. ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡିଶା
8. ଶିଳ୍ପ, ରୋଜଗାର ଓ କର୍ମନିଯୁକ୍ତି
9. ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି
10. ଲୋକଙ୍କ ପାଇଁ ସରକାର
ବଜେଟ୍ ୨୦୨୪-୨୫ ର ସାରାଂଶ
ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୦୯୫ କୋଟି
ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି। ସେହିପରି ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୦୯୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।
ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି
ବିଜେପି ସରକାରଙ୍କ ପ୍ରଥମ ବଜେଟରେ ଶ୍ରୀମନ୍ଦିର ପାଇଁ 500 କୋଟିର କର୍ପସ ଫଣ୍ତ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର କଳ୍ପନା କରିବା ଅସମ୍ଭବ ।
ଓଡିଶାରେ ସୃଷ୍ଟି ହେବେ ୨୫ ଲକ୍ଷ 'ଲକ୍ଷପତି ଦିଦି'
ସେହିପରି ଓଡିଶାରେ ସୃଷ୍ଟି ହେବେ ୨୫ ଲକ୍ଷ 'ଲକ୍ଷପତି ଦିଦି' । ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା ।

କୃଷି ପାଇଁ ୩୩ ହଜାର କୋଟି
ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। କୃଷି ପାଇଁ ୩୩ ହଜାର କୋଟି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ଆକାର ବଢ଼ିଛି। ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ରହିଛି। ସେହିପରି ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ହେବ ବୋଲି ବଜେଟରେ ଘୋଷଣା କରାଯାଇଛି । କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ। ଧାର୍ଯ୍ୟ ଏମଏସ୍ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ।
ଶିକ୍ଷାକ୍ଷେତ୍ର ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି
ସେହିପରି ଶିକ୍ଷାକ୍ଷେତ୍ର ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ହୋଇଛି। ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ରଖିଛନ୍ତି।
ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି
ମୁଖ୍ୟମନ୍ତ୍ରୀ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଥିସହ ବଜେଟରେ ସାମାଜିକ ସୁରକ୍ଷା ପାଇଁ ୭ ହଜାର ୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଭିନ୍ନକ୍ଷମ କଲ୍ୟାଣ ପାଇଁ ୩୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା 'ଯଶୋଦା'
ବଜେଟ୍ରେ ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା 'ଯଶୋଦା' ଅଣାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଏହି ଯୋଜନା କରାଯାଇଛି। ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ବ୍ୟବସ୍ଥା କରାଯାଇଛି।
କାଳିଆ ଯୋଜନାର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଢାଞ୍ଚାରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପ୍ରଚଳନ କରିଛନ୍ତି। ଚଳିତ ବଜେଟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ସରକାର। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍ଲେସ ସେବା ମିଳିବ। ସେହିପରି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଭାଜପା ସରକାର ଆସିବା ଦିନରୁ ପୂର୍ବ ସରକାର କରିଥିବା ଯୋଜନା ଗୁଡିକ ବଦଳିବ କି ନାହିଁ ତାହା ଉପରେ ଚର୍ଚ୍ଚା ହୋଉଥିଲା। ଯାହାକୁ ଆଜି ମୋହନ ସରକାର ପରିବର୍ତ୍ତନ କରିଛନ୍ତି।
ସମସ୍ତଙ୍କୁ ମାଗଣାରେ ମିଳିବ ଚକ୍ଷୁ ଚିକିତ୍ସା; ଆରମ୍ଭ ହେଲା "ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା"
ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ସାର୍ବଜନୀନ ବ୍ୟାପକ ଚକ୍ଷୁ ଯତ୍ନସେବା ଯୋଗାଇଦେବା ଉଦ୍ଦେଶ୍ୟରେ "ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା"ର ଶୁଭାରମ୍ଭ କରିଛନ୍ତି ମୋହନ ସରକାର। ଏହି ଯୋଜନା ଦ୍ୱାରା ମୋତିଆ ବିନ୍ଦୁ, ଗ୍ଲୁକୋମା ଓ କର୍ଣିଆର ଅସୁସ୍ଥତା କ୍ଷେତ୍ରରେ ଅସ୍ତ୍ରୋପଚାର ଓ ମାଗଣା ଚଷମା ବଣ୍ଟନପରି ଉପଯୁକ୍ତ ହସ୍ତକ୍ଷେପ ପାଇଁ ବିଭିନ୍ନ ବୟସ ବର୍ଗର ଚକ୍ଷୁ ପରୀକ୍ଷା କରାଯିବ। ଏହି ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ କରାଯାଇଛି।
ମାଗଣା ବିଜୁଳି ସେବା ପାଇଁ ସହାୟତା ଘୋଷଣା
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ସେବା ପାଇଁ ସହାୟତା ଘୋଷଣା କରିଛନ୍ତି। ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ୩୦ ହଜାର ରିହାତି ଦେବ। ସେହିପରି ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ମିଳିବ। ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଲାଗୁ କରାଯିବ।
ବିକଶିତ ଗାଁ ବିକଶିତ ଓଡ଼ିଶା' ନୂଆ ଯୋଜନା
ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ଆଉ ଏକ ନୂଆ ଯୋଜନା ସରକାର ଆରମ୍ଭ କରିଛନ୍ତି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
କଟକ ଏସ୍ସିବି ପାଇଁ ବଜେଟ୍ରେ ହଜାରେ କୋଟି
ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ କରାଯାଇଛି। ଏପରିକି କଟକ ଏସ୍ବି ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଏପରି କି ଚିଳିତ ବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯିବା ନେଇ ବଜେଟରେ ଯୋଜନା କରାଯାଇଛି।
ବଦଳିଲା ମୋ ସ୍କୁଲ ନାଁ
ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁକୁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ରଖିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ ହୋଇଛି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ସରକାର । ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ । ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍ଲେସ୍ ସେବା । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମଧ୍ୟ ଘୋଷଣା ହୋଇଛି ।
ମେଟ୍ରୋର୍ ବିକାଶ ,ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ
ରାଜ୍ୟ ସରକାର ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ କାମର ଶୁଭାରମ୍ଭ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ପ୍ରକଳ୍ପ କାମକୁ ଏବେର ବିଜେପି ସରକାର ତ୍ୱରାନ୍ୱୀତ କରିବାକୁ ଯାଉଛି ।
ମାଗଣା ବିଜୁଳି ସେବା ପାଇଁ ସହାୟତା ଘୋଷଣା
ବଜେଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ସେବା ପାଇଁ ସହାୟତା ଘୋଷଣା କରିଛନ୍ତି। ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ୩୦ ହଜାର ରିହାତି ଦେବ।ସେହିପରି ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ମିଳିବ। ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଲାଗୁ କରାଯିବ।
ଷ୍ଟାଡିୟମ୍ ନିର୍ମାଣ ପାଇଁ 9 ଶହ 52 କୋଟି
ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ଏକ ନୂତନ ଷ୍ଟାଡିୟମ୍ ନିର୍ମାଣ ପାଇଁ 9 ଶହ 52 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏତଦ୍ବ୍ୟତୀତ ଯୁବବର୍ଗର ସମନ୍ବିତ ବିକାଶ ପାଇଁ ଏକ ନୂତନ ଯୋଜନା "ଯୁବ ଶକ୍ତି" ଅଧୀନରେ 1 ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା
ରାଜ୍ୟରେ ପ୍ରଥମ ଭାଜପା ସରକାର ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା ବ୍ୟୟବରାଦ କରିଛି। ୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ପାରାଦୀପ, ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ବିକାଶ ପାଇଁ ସରକାର ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ରାଜ୍ୟରେ ସିନେମାକୁ ଶକ୍ତି ଦେବା ଲକ୍ଷ୍ୟରେ ସରକାର କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ନିର୍ମାଣ ପାଇଁ କେତେ କୋଟି ?
ରାଜ୍ୟରେ ବିଭିନ୍ନ ନଦୀରେ ସେତୁ ନିର୍ମାଣ ପାଇଁ ୧୯୯୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ ୧୯୭୬ କୋଟି, ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୨୩୧୯ କୋଟି ଏବଂ ସଡକ ସୁରକ୍ଷା ପାଇଁ ୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ପର୍ଯ୍ୟଟନ ପାଇଁ କେତେ ଟଙ୍କା
ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବା ପାଇଁ ଭରପୁର ସୁଯୋଗ ଥିବା ବେଳେ ସରକାର ପର୍ଯ୍ୟଟନ ପାଇଁ ୮୦୦ କୋଟି, ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ୪୪୫ କୋଟି, ପର୍ୟ୍ୟଟନର ପ୍ରଚାର ପ୍ରସାର ପାଇଁ ୨୭୯ କୋଟି ଏବଂ ବରିଷ୍ଠ ନାଗରିକ ତୀର୍ଥ ଯୋଜନା ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଓଡ଼ିଶାର ପ୍ରମୁଖ ମାର୍ଗରେ ବାସ ରହଣି ସ୍ଥାନ(ବସଷ୍ଟାଣ୍ଡ) ନିର୍ମାଣ କରିବା ପାଇଁ ୮୩୯ କୋଟି, ଗ୍ରାମାଞ୍ଚଳ ପରିବହନ ପାଇଁ ୧୯୮୫ କୋଟି, ଗ୍ରାମାଞ୍ଚଳ ପରିବହନ କ୍ଷେତ୍ରରେ ସରକାର ୧୦୮୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି।
ନୂଆ ଯୋଜନା ଆଣିଲେ ମୋହନ ସରକାର
ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ହୋଇଛି । ସେହିପରି ବିଜୁ ସେତୁର ନାଁ ବଦଳାଇ 'ସେତୁ ବନ୍ଧନ' ଯୋଜନା, ମୋ ସ୍କୁଲର ନାଁ ବଦଳାଇ 'ପଞ୍ଚସଖା ଶିକ୍ଷା ସେତୁ ଯୋଜନା', ଲକ୍ଷ୍ମୀ ଯୋଜନାର ନାଁ 'ଗ୍ରାମାଞ୍ଚଳ ପରିବହନ' ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ 'ବିକଶିତ ଗାଁ ବିକଶିତ ଓ କାଳିଆ ଯୋଜନାର ନାଁ ବଦଳାଇ 'ସିଏମ-କିଷାନ' ଯୋଜନା, ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଘୋଷଣା ହୋଇଛି ।
ଏଥିସହ ନୂଆ ସରକାର କିଛି ନୂଆ ଯୋଜନା ମଧ୍ୟ ଆଣିଛନ୍ତି । ଅନାଥ ଶିଶୁଙ୍କ ପାଇଁ ବଜେଟରେ 'ଯଶୋଦା' ନୂଆ ଯୋଜନା ଅଣାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ 'ଯଶୋଦା' ଯୋଜନା ଘୋଷଣା ହୋଇଛି । ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ନୂଆ ଯୋଜନା କରାଯାଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ବ୍ୟୟ ବରାଦ ହୋଇଛି।
ସେହିପରି ସ୍କୁଲରେ ଡ୍ରପ ଆଉଟ ରୋକିବାକୁ ନୂଆ ଯୋଜନା 'ମାଧୋ ସିଂହ ହାତ ଖର୍ଚ୍ଚ'। ଏହି ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଏସ୍ଟି ପିଲାଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା ମିଳିବ। ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି।
ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା, ଅକ୍ଷୟ ଶକ୍ତି ବିକାଶ ଯୋଜନା, ଯୁବଶକ୍ତି ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନା, ଓ ବଳଭଦ୍ର ଜୈବିକ ଚାଷ ମିଶନ, ସବୁ ଆଦିମ ଜନଜାତିଙ୍କ ବସ୍ତିକୁ ସବୁଦିନିଆ ରାସ୍ତା ପାଇଁ ପିଏମ ଜନମନ ଯୋଜନା, ଅତିରିକ୍ତ ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଆଣିଛନ୍ତି। ଏହାସହିତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଓ ପିଏମ ସୂର୍ଯ୍ୟଘର ଯୋଜନା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି।
ବଜେଟ ଆକାରରେ ୧୫.୨% ବୃଦ୍ଧି
ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷର ବଜେଟ ଆକାରରେ ୧୫.୨% ବୃଦ୍ଧି ହୋଇଛି। ମୋହନ ସରକାର ଚଳିତ ଆର୍ଥିକ ବର୍ଷରେ ନିଜସ୍ବ ଟିକସ ଓ ଅଣଟିକସ ବାବଦରେ ୧.୧୮ଲକ୍ଷ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରୁ ରାଜ୍ୟଅଂଶ ଓ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ମୋଟ ୯୩ହଜାର କୋଟି ଟଙ୍କା, ଋଣ ଓ ଅଗ୍ରୀମର ପୁନଃଭରଣା ବାବଦରେ ୫୦୫କୋଟି ଟଙ୍କା ପାଇବେ ଅଟକଳ କରିଛନ୍ତି। ଏହାସହିତ ମୋଟ ବଜେଟ ଅଟକଳର ୨୫.୬% ଅର୍ଥାତ୍ ୪୩୪୯୫କୋଟି ଟଙ୍କା ଋଣ ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।












Click it and Unblock the Notifications