ଓଡିଶା ବଜେଟ୍ ୨୦୨୪-୨୫: ବଜେଟରେ ଏହି ସବୁ ନୂଆ ଯୋଜନା ଆଣିଲେ ମୋହନ ସରକାର, ଜାଣନ୍ତୁ କ'ଣ କ'ଣ ?

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ୨୦୨୪-୨୫ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ତେବେ ବର୍ତ୍ତମାନର ରାଜ୍ୟ ବିଜେପି ପୂର୍ବ ସରକାର ସମୟରେ ପ୍ରଚଳିତ ଯୋଜନାର ନାମ ପରିବର୍ତ୍ତନ କରି ଅନେକ ନୂଆ ନାମ ଯୋଡିଛନ୍ତି ।

ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ହୋଇଛି । ସେହିପରି ବିଜୁ ସେତୁର ନାଁ ବଦଳାଇ 'ସେତୁ ବନ୍ଧନ' ଯୋଜନା, ମୋ ସ୍କୁଲର ନାଁ ବଦଳାଇ 'ପଞ୍ଚସଖା ଶିକ୍ଷା ସେତୁ ଯୋଜନା', ଲକ୍ଷ୍ମୀ ଯୋଜନାର ନାଁ 'ଗ୍ରାମାଞ୍ଚଳ ପରିବହନ' ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ 'ବିକଶିତ ଗାଁ ବିକଶିତ ଓ କାଳିଆ ଯୋଜନାର ନାଁ ବଦଳାଇ 'ସିଏମ-କିଷାନ' ଯୋଜନା, ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଘୋଷଣା ହୋଇଛି ।

ଏଥିସହ ନୂଆ ସରକାର କିଛି ନୂଆ ଯୋଜନା ମଧ୍ୟ ଆଣିଛନ୍ତି । ଅନାଥ ଶିଶୁଙ୍କ ପାଇଁ ବଜେଟରେ 'ଯଶୋଦା' ନୂଆ ଯୋଜନା ଅଣାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ 'ଯଶୋଦା' ଯୋଜନା ଘୋଷଣା ହୋଇଛି । ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ନୂଆ ଯୋଜନା କରାଯାଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ବ୍ୟୟ ବରାଦ ହୋଇଛି।

Odisha Budget 2024-25

ସେହିପରି ସ୍କୁଲରେ ଡ୍ରପ ଆଉଟ ରୋକିବାକୁ ନୂଆ ଯୋଜନା 'ମାଧୋ ସିଂହ ହାତ ଖର୍ଚ୍ଚ'। ଏହି ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଏସ୍‌ଟି ପିଲାଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା ମିଳିବ। ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା, ଅକ୍ଷୟ ଶକ୍ତି ବିକାଶ ଯୋଜନା, ଯୁବଶକ୍ତି ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନା, ଓ ବଳଭଦ୍ର ଜୈବିକ ଚାଷ ମିଶନ, ସବୁ ଆଦିମ ଜନଜାତିଙ୍କ ବସ୍ତିକୁ ସବୁଦିନିଆ ରାସ୍ତା ପାଇଁ ପିଏମ ଜନମନ ଯୋଜନା, ଅତିରିକ୍ତ ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଆଣିଛନ୍ତି। ଏହାସହିତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଓ ପିଏମ ସୂର୍ଯ୍ୟଘର ଯୋଜନା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି।

ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷର ବଜେଟ ଆକାରରେ ୧୫.୨% ବୃଦ୍ଧି ହୋଇଛି। ମୋହନ ସରକାର ଚଳିତ ଆର୍ଥିକ ବର୍ଷରେ ନିଜସ୍ବ ଟିକସ ଓ ଅଣଟିକସ ବାବଦରେ ୧.୧୮ଲକ୍ଷ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରୁ ରାଜ୍ୟଅଂଶ ଓ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ମୋଟ ୯୩ହଜାର କୋଟି ଟଙ୍କା, ଋଣ ଓ ଅଗ୍ରୀମର ପୁନଃଭରଣା ବାବଦରେ ୫୦୫କୋଟି ଟଙ୍କା ପାଇବେ ଅଟକଳ କରିଛନ୍ତି। ଏହାସହିତ ମୋଟ ବଜେଟ ଅଟକଳର ୨୫.୬% ଅର୍ଥାତ୍‌ ୪୩୪୯୫କୋଟି ଟଙ୍କା ଋଣ ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+