ରାଜ୍ୟ ବଜେଟ: କେଉଁ ବିଭାଗକୁ ମିଳିଲା କେତେ ?
ବିଧାନସଭାରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ବଜେଟର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ବ୍ୟୟ ଅଟକଳ ହୋଇଛି ।

ଭୁବନେଶ୍ୱର: ଆଜି (ଶୁକ୍ରବାର) ବିଧାନସଭାରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ବଜେଟର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ବ୍ୟୟ ଅଟକଳ ହୋଇଛି । ଗତବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିଛି । ଗତ ବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା ।
ତେବେ ଚଳିତ ବଜେଟରେ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ୧ ଲକ୍ଷ ୨୫ ହଜାର କୋଟି ରହିଛି । ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୮୪ ହଜାର ୫ଶହ କୋଟି ଓ ଋଣ ଓ ଅନ୍ୟାନ୍ୟ ବାବଦକୁ ମିଳିବ ୪୫ ହଜାର ୫ ଶହ କୋଟି । ରାଜ୍ୟର ନିଜସ୍ୱ ଟିକସ ୫୩ ହଜାର କୋଟି ଟଙ୍କାର ରହିଛି । ଅଣ ଟିକସ ରାଜସ୍ୱ ୫୨ ହଜାର ୫୦୦ କୋଟି ରହିଛି । ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟ୍ ୨୦୨୩-୨୪ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ ହୋଇଛି ।
କେଉଁ ବିଭାଗକୁ କେତେ ?
- କୃଷି ବିଭାଗ - ୨୪, ୮୨୯ କୋଟି
- ସ୍ୱାସ୍ଥ୍ୟ ବିଭାଗ - ୧୬,୦୪୮ କୋଟି
- ପାନୀୟ ଜଳ - ୧୩,୨୧୫ କୋଟି
- ରାସ୍ତା-ବ୍ରିଜ୍-ରେଳ-ଏୟାରପୋର୍ଟ ବିକାଶ - ୧୯, ୪୫୨ କୋଟି
- ସହରାଞ୍ଚଳ ବିକାଶ - ୭,୯୧୯ କୋଟି
- କ୍ରୀଡା- ୧୨୧୭ କୋଟି
- ଶିକ୍ଷା ଓ ଦକ୍ଷତା ବିକାଶ- ୩୦, ୦୩୦ କୋଟି
- SC ST ବିକାଶ - ୩୮, ୪୩୭ କୋଟି
- ଇଲୋକ୍ଟ୍ରୋନିକ୍ସ ଓ ଆଇଟ୍- ୩୬୫ କୋଟି
- ମିଶନ ଶକ୍ତି - ୨୫୪୯ କୋଟି
- ଶକ୍ତି ବିଭାଗ - ୫୯୫୪ କୋଟି
- ଗୃହ ବିଭାଗ - ୭୩୧୩ କୋଟି
- ମହିଳା ଓ ଶିଶୁ ବିକାଶ - ୩୬୭୦ କୋଟି
- ଉଚ୍ଚଶିକ୍ଷା - ୩୧୭୨ କୋଟି
- ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ - ୩୭୬୪ କୋଟି
- ଶିଳ୍ପ ଓ MSME- - ୬୪୭ କୋଟି
- ଭାଷା ସାହିତ୍ୟ ଓ ସଂସ୍କୃତି - ୨୦୦ କୋଟି
- ମତ୍ସ୍ୟ ଓ ପଶୁପାଳନ - ୧୭୬୯ କୋଟି
- ପର୍ଯ୍ୟଟନ - ୬୮୦ କୋଟି
- ଜନସ୍ୱାସ୍ଥ୍ୟ ସେବା - ୧୬୪୮ କୋଟି
ସେହିପରି ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି ବ୍ୟୟବରାଦ ହୋଇଛି ।












Click it and Unblock the Notifications