ଓଡ଼ିଶା ଇତିହାସରେ ସର୍ବକାଳୀନ ରେକର୍ଡ ୨.୩୦ଲକ୍ଷ କୋଟିର ବଜେଟ୍: ଜାଣନ୍ତୁ, କେମିତି ହେବ ଆୟ, କେମିତି ବ୍ୟୟ ?
ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଇତିହାସରେ ସର୍ବକାଳୀନ ରେକର୍ଡ, ୨.୩୦ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏଥିପାଇଁ କେଉଁଠୁ ଆସିବ ଏତେ ଅର୍ଥ ଓ କେଉଁଠି କେମିତି ହେବ ବ୍ୟୟ ?

Odisha Budget 2023-24: ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଇତିହାସରେ ସର୍ବକାଳୀନ ରେକର୍ଡ, ୨.୩୦ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି ।
ଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ବଜେଟର ପରିମାଣ ୧୫% ବୃଦ୍ଧି ପାଇଛି । ଏହି ବଜେଟରେ ୨୦ରୁ ଅଧିକ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରିବା ସହ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଭିତ୍ତିଭୂମି, ଯୁବବର୍ଗ, ମହିଳାଙ୍କ ସମେତ ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗର କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତୁ ଜାଣିବା ଏଥିପାଇଁ କେଉଁଠୁ ଆସିବ ଏତେ ଅର୍ଥ ଓ କେଉଁଠି କେମିତି ହେବ ବ୍ୟୟ ?
ବଜେଟ୍ ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୮୪ ହଜାର ୫ ଶହ କୋଟି ଟଙ୍କା ମିଳିବ । ତା ସହିତ ଅନ୍ୟାନ୍ୟ ବାବଦକୁ ମିଳିବାକୁ ଥିବା ୪୫ ହଜାର ୫୦୦ କୋଟି ଟଙ୍କାରୁ ଏହା ଭରଣା କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷରେ ଆକଳିତ ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ୪୬,୨୫୧ କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ୫୩ ହଜାର କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ ୫୨ ହଜାର ୫ ଶହ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨ ହଜାର ୭୪୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି ।
ଆୟ-
- ରାଜ୍ୟ ଟିକସ ୫୩ ହଜାର କୋଟି, ଅଣ ଟିକସ ୫୨, ୫୦୦ କୋଟି
- ଅଂଶଧନ ଟିକସ ୪୬୨୫୧ କୋଟି, କେନ୍ଦ୍ର ଅନୁଦାନ ୩୨, ୭୪୮ କୋଟି
- ବିଭିନ୍ନ କ୍ଷେତ୍ରରୁ ଋଣ ଆଦାୟ ୮୭୦ କୋଟି ଟଙ୍କା
- ବିଭିନ୍ନ କ୍ଷେତ୍ରରୁ ଋଣ କରାଯିବ ୩୩ ହଜାର ୬୩୦ କୋଟି
- ଭବିଷ୍ୟନିଧି ଓ ଅନ୍ୟ ପାଣ୍ଠିରୁ ମିଳିବ ୧୧ ହଜାର କୋଟି
ବ୍ୟୟ-
- ଦରମା, ପେନସନ ଓ ଅନ୍ୟାନ୍ୟ ରାଜସ୍ୱ ଖର୍ଚ୍ଚ- ୧, ୩୯, ୫୨୦ କୋଟି
- ପୁଞ୍ଜି ବ୍ୟୟ- ୫୧, ୬୮୨ କୋଟି, ଋଣ ପାଇଁ ସୁଧ ୭୨୪୦ କୋଟି
- ଋଣ ରିପେମେଣ୍ଟ ୧୮୭୮୬ କୋଟି, ପ୍ରଶାସନିକ ଋଣ ବଣ୍ଟନ ୧୭୭୦ କୋଟି
- ମୋଟ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ
- ଚଳିତ ବର୍ଷ ଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫% ଅଧିକ
ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟ୍ ୨୦୨୩-୨୪ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ ହୋଇଛି ।

କେଉଁ ବିଭାଗକୁ କେତେ ?
- କୃଷି ବିଭାଗ - ୨୪, ୮୨୯ କୋଟି
- ସ୍ୱାସ୍ଥ୍ୟ ବିଭାଗ - ୧୬,୦୪୮ କୋଟି
- ପାନୀୟ ଜଳ - ୧୩,୨୧୫ କୋଟି
- ଗମନାଗମନ ଓ ଯୋଗାଯୋଗ - ୧୯, ୪୫୨ କୋଟି
- ସହରାଞ୍ଚଳ ବିକାଶ - ୭,୯୧୯ କୋଟି
- କ୍ରୀଡା- ୧୨୧୭ କୋଟି
- ଶିକ୍ଷା ଓ ଦକ୍ଷତା ବିକାଶ- ୩୦, ୦୩୦ କୋଟି
- SC ST ବିକାଶ - ୩୮, ୪୩୭ କୋଟି
- ଇଲୋକ୍ଟ୍ରୋନିକ୍ସ ଓ ଆଇଟ୍- ୩୬୫ କୋଟି
- ମିଶନ ଶକ୍ତି - ୨୫୪୯ କୋଟି
- ଶକ୍ତି ବିଭାଗ - ୫୯୫୪ କୋଟି
- ଗୃହ ବିଭାଗ - ୭୩୧୩ କୋଟି
- ମହିଳା ଓ ଶିଶୁ ବିକାଶ - ୩୬୭୦ କୋଟି
- ଉଚ୍ଚଶିକ୍ଷା - ୩୧୭୨ କୋଟି
- ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ - ୩୭୬୪ କୋଟି
- ଶିଳ୍ପ ଓ MSME- - ୬୪୭ କୋଟି
- ଭାଷା ସାହିତ୍ୟ ଓ ସଂସ୍କୃତି - ୨୦୦ କୋଟି
- ମତ୍ସ୍ୟ ଓ ପଶୁପାଳନ - ୧୭୬୯ କୋଟି
- ପର୍ଯ୍ୟଟନ - ୬୮୦ କୋଟି
- ଜନସ୍ୱାସ୍ଥ୍ୟ ସେବା - ୧୬୪୮ କୋଟି
- ଖାଦ୍ୟ ଯୋଗାଣ - ୧୨୨୯ କୋଟି
- ପଞ୍ଚାୟତିରାଜ - ୨୫୩୧୮ କୋଟି

ନୂଆ ଯୋଜନା ଓ ବ୍ୟୟବରାଦ-
- ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର- ୧୩୯ କୋଟି
- ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ- ୧୨୦ କୋଟି
- ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି - ୫୦ କୋଟି
- ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ - ୧୪୪୬ କୋଟି
- ମୁଖ୍ୟମନ୍ତ୍ରୀ ସଂମ୍ପୂର୍ଣ୍ଣ ପୁଷ୍ଟି ଯୋଜନା - ୨୫୦ କୋଟି
- ଆମ ହସ୍ପିଟାଲ ଯୋଜନା - ୭୫୦ କୋଟି
- ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ - ୮୧୧ କୋଟି
- ଆମ ବସଷ୍ଟାଣ୍ଡ - ୧୫୦ କୋଟି
- ବିଦେଶ ବିମାନ ଉଡାଣ ଯୋଜନା - ୧୦୦ କୋଟି
- ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା - ୨୧୦ କୋଟି
- ବନ ସୁରକ୍ଷା ସମିତି - ୨୫୦ କୋଟି
- ମିଶନ ଶକ୍ତି ସ୍କୁଟର ଯୋଜନା - ୫୦ କୋଟି












Click it and Unblock the Notifications