Odisha Budget 2022-23 Live: ଶେଷ ହେଲା ବଜେଟ୍ ଅଧବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନ ବି ସଂପୂର୍ଣ୍ଣ କୋଭିଡ କଟକଣାରେ ବିଧାନସଭା ଚାଲିବ । ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ମୁଖ୍ୟ ବିରୋଧି ବିଜେପି ୩ଟି ମୁଲତବୀ ପ୍ରସ୍ତାବ ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ ।

ଭୁବନେଶ୍ୱର: ଶେଷ ହେଲା ବଜେଟ୍ ଅଧବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩ ଦିନ ଧରି ଗୃହରେ ଆଲୋଚନା କରାଯାଇଛି । ୩୦ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ୩୧ ତାରିଖରେ ଅର୍ଥାତ ଆଜି ଭୋଟ ଅନ୍ ଆକାଉଣ୍ଟ ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ ପାରିତ କରାଯିବ ।

Odisha Budget 2022-23 Live

Mar 31, 2022, 10:54 pm IST

ଶେଷ ହେଲା ବଜେଟ୍ ଅଧବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ
Mar 31, 2022, 5:28 pm IST

ବିଧାନସଭାରେ ସିଏଜି ରିପୋର୍ଟ

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ । ଆର୍ଥିକ ସ୍ଥିତି ଓ ଭୂପୃଷ୍ଠ ଜଳସେଚନ ସମ୍ପର୍କିତ ସିଏଜି ରିପୋର୍ଟ ଉପସ୍ଥାପିତ । ସିଏଜି ରିପୋର୍ଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜା ।
Mar 31, 2022, 1:28 pm IST

ବିଧାନସଭାର ଶୁନ୍ୟକାଳରେ ସାମ୍ବାଦିକ ମାନଙ୍କୁ ବିଧାନସଭାର ପ୍ରେସ ଗ୍ୟାଲେରି ଓ ଲୋକସେବା ଭବନକୁ ନ ଛଡ଼ାଯିବାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉଦବେଗ । ତୁରନ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନ ଛାଡ଼ନ୍ତୁ । ସବୁ କିଛି ସ୍ୱାଭାବିକ ହେଲାଣି, କୋରନା ଗଲାଣି : ମୋହନ ମାଝୀ
Mar 31, 2022, 1:25 pm IST

ବିଧାନସଭା ଶୂନ୍ୟକାଳରେ ଦରଦାମ ଵୃଦ୍ଧି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜା । ଯେଉଁଭଳି ଭାବେ ତେଲ ଦର ବଢୁଛି ତୁରନ୍ତ ସରକାର ନିୟନ୍ତ୍ରଣକୁ ଆଣନ୍ତୁ । ନଚେତ ଆଗାମୀ ଦିନରେ ନିଆଁ ଜଳିବ କହିଲେ ନରସିଂହ ମିଶ୍ର ।
Mar 31, 2022, 1:23 pm IST

ଦରରଦାମ ବୃଦ୍ଧି, ରନ୍ଧନ ଗ୍ୟାସ ଦାମ ବୃଦ୍ଧି ପାଉଛି । ଗରିବ ଓ ମଧ୍ୟବିତ୍ତ ଲୋକେ ଯାହା ଫଳରେ ଖାଇବାକୁ ପାଉନାହାନ୍ତି, ଚାଷୀ ପମ୍ପ ଚଳାଇବା ଡିଜେଲ କିଣିପାରୁନାହାନ୍ତି । ତେଣୁ ତୁରନ୍ତ ରାଜ୍ୟସରକାର ତେଲ ଉପରୁ ଭାଟ ଛାଡ଼ କରନ୍ତୁ ବୋଲି ଦାବି କଲେ ସନ୍ତୋଷ ସିଂ ସାଲୁଜା ।
Mar 31, 2022, 1:11 pm IST

ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୭ ତାଙ୍କ ଏବଂ ଡିଜେଲ ୯୭ ଟଙ୍କା ଉପରେ ଛୁଇଁଲାଣି । ରାଜ୍ୟସରକାର ପେଟ୍ରୋଲ ଉପରେ ୨୮ ପ୍ରତିଶତ ଭାଟ ଏବଂ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ ନେଉଛନ୍ତି: ବିଧାୟକ ସନ୍ତୋଷ ସିଂ ସାଲୁଜା
Mar 31, 2022, 1:05 pm IST

ବିଧାନସଭା ଶୂନ୍ୟ କାଳରେ ବାଚସ୍ପତିଙ୍କଠାରୁ ସୁରକ୍ଷା ଲୋଡ଼ିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, କହିଲେ- ଖଣି ମାଫିଆଙ୍କ ଟାର୍ଗେଟରେ ବିରୋଧୀ ଦଳର ୨୭ ବିଧାୟକ ଅଛନ୍ତି, କେତେବେଳେ କଣ ଘଟିବ କିଏ ସୁରକ୍ଷା ଦେବ ବୋଲି କହିଲେ, ବାଲି, ଲୁହାପଥର, ମୋରମ୍, ମାଟି ବେଆଇନ ଭାବେ ଚାଲାଣ ହେଉଛି ।
Mar 31, 2022, 1:02 pm IST

ଚିଲିକା ବୁଲିବେ ମନ୍ତ୍ରୀ-ବିଧାୟକ

ଚିଲିକା ବୁଲିବେ ମନ୍ତ୍ରୀ-ବିଧାୟକ
ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । ଏପ୍ରିଲ ୧୫ ତାରିଖରେ ସମସ୍ତେ ଚିଲିକା ଭ୍ରମଣରେ ଯିବେ । ଆଇଏନଏସ ଚିଲିକା ଓ କାଳିଜାଈ ପୀଠ ବୁଲିବେ । ଆଇଏନଏସ ଚିଲିକାରେ କେମିତି ଯୁଦ୍ଧ ପ୍ରାକ୍ଟିସ ହେଉଛି ଦେଖିବେ । ଏନେଇ ବିଧାନସଭା ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା କହିଲେ ।
Mar 31, 2022, 12:57 pm IST

କେଉଁ କଥା ଲୁଚାଇବା ପାଇଁ ଛଡାଯାଉନି ପ୍ରଶ୍ନ କଲେ ମୋହନ ମାଝୀ ।
Mar 31, 2022, 12:51 pm IST

ଖାଲି ମୋ ପାଣି , ମୋ ନଦୀ , ମୋ ଜମି ସିନା ହେଉଛି ବାସ୍ତବ କ୍ଷେତ୍ରରେ କାମ କିଛି ହେଉନି । କୋଲାବ୍ କେନାଳ କେତେ ଥର ଭୁସୁଡ଼ିଲାଣି ସରକାର କି ପଦକ୍ଷେପ ନେଇଛନ୍ତି? : ତାରା ବାହିନୀପତି
Mar 31, 2022, 12:49 pm IST

ଆଗରୁ ହେଉଥିଲା ଜମି ଅପହରଣ, ଏବେ କରାଯାଉଛି ନଦୀ ଅପହରଣ । ବିଧାନସଭାରେ ଜଳନୀତିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲେ ଖଣ୍ଡପଡା ବିଧାୟକ ।
Mar 31, 2022, 12:46 pm IST

ସାମ୍ବାଦିକଙ୍କୁ ନ ଛାଡିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ତୁରନ୍ତ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛାଡ଼ନ୍ତୁ: ନରସିଂହ ମିଶ୍ର
Mar 31, 2022, 12:44 pm IST

ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭା ପ୍ରେସ ଗ୍ୟାଲେରୀକୁ ନ ଛଡ଼ାଯିବା ପ୍ରସଙ୍ଗ: ସାମ୍ବାଦିକଙ୍କୁ ନ ଛାଡ଼ିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ କହିଲେ ନରସିଂହ । ତୁରନ୍ତ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛାଡ଼ନ୍ତୁ ଓ ଏ ଦିଗରେ ସରକାର ବିଶେଷ ଦୃଷ୍ଟି ଦିଅନ୍ତୁ: ନରସିଂହ ମିଶ୍ର
Mar 31, 2022, 12:41 pm IST

ସାମ୍ବାଦିକଙ୍କୁ ଲୋକସେବା ଭବନ ନ ଛଡାଯିବା ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିରୋଧୀ ବିଜେପି ଓ କଂଗ୍ରେସ । ତୁରନ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଛଡାଯାଉ । କରୋନା କମିଛି, ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ଏଭଳି ସ୍ଥିତିରେ କାହିଁକି ସାମ୍ବାଦିକଙ୍କୁ ଛଡାଯିବନି ।
Mar 31, 2022, 12:40 pm IST

ସିଏଜି ରିପୋର୍ଟ

ସିଏଜି ରିପୋର୍ଟ
ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ। ଗୋଟିଏ ହେଲା ରାଜ୍ୟର ଆର୍ଥିକ ସ୍ଥିତି ଓ ଅନ୍ୟଟି ଭୂପୃଷ୍ଠ ଜଳସେଚନ ସମ୍ପର୍କିତ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
Mar 30, 2022, 6:22 pm IST

WODC ପାଇଁ କେତେ ?

ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟୟବରାଦ । ବିଜୁ କେବିକେ ଯୋଜନା ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ । WODC ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ।
Mar 30, 2022, 6:21 pm IST

ସ୍ବାଭିମାନ ଅଞ୍ଚଳ ପାଇଁ କେତେ ?

ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା । ୧୫୧ଟି ଗ୍ରାମର ବିକାଶ ପାଇଁ ସେତୁ ଯୋଜନାରେ ୫୦ କୋଟି ବ୍ୟୟବରାଦ ।
Mar 30, 2022, 6:19 pm IST

ପର୍ଯ୍ୟଟନ ପାଇଁ ବଜେଟରେ କେତେ?

ପର୍ଯ୍ୟଟନ ଭିତ୍ତିଭୂମି ବିକାଶ- ୩୭୫ କୋଟି, ପ୍ରଚାର ପ୍ରସାର- ୧୫୫ କୋଟି । ପ୍ରସାଦ ଯୋଜନା ପାଇଁ ୩୯ କୋଟି ବ୍ୟୟବରାଦ ।
Mar 30, 2022, 6:11 pm IST

କାହା ପାଇଁ କେତେ ?

କାହା ପାଇଁ କେତେ  ?
କାହା ପାଇଁ କେତେ ?
Mar 30, 2022, 6:04 pm IST

ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୧୬୩୫କୋଟି

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟ-ଅପ୍ ଗୁଡିକୁ ପ୍ରୋତ୍ସାହିତ ପାଇଁ ୧୬୩୫ କୋଟି ଟଙ୍କାର ବ୍ୟୟବରାଦ । ଦେଖନ୍ତୁ ଆଉ କେଉଁ କ୍ଷେତ୍ର ପାଇଁ ବଜେଟରେ କେତେ ଟଙ୍କାର ଅନୁଦାନ ଘୋଷଣା କଲେ ସରକାର । ସ୍ମାର୍ଟସିଟି ଅଧିନରେ ୨୦୦ କୋଟି, ଅମୃତ ଯୋଜନାରେ ୨ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
Mar 30, 2022, 6:04 pm IST

ଓଡ଼ିଶା ବଜେଟ

ଦରମା, ପେନସନ, ସୁଧ,ଋଣ, ପରିଶୋଧ, ରିଲିଫ, ବାର୍ଦ୍ଧକ୍ୟ ଭତ୍ତା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି, ପ୍ରଚଳିତ ଯୋଜନା ଓ କାର୍ଯ୍ୟକ୍ରମ ନିମେନ୍ତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
Mar 30, 2022, 6:03 pm IST

କ୍ରୀଡ଼ା ପାଇଁ କେତେ ?

ଯୁବ କଲ୍ୟାଣ ଓ କ୍ରୀଡ଼ାର ପ୍ରୋତ୍ସାହନ- ୬୦୨ କୋଟି ବ୍ୟୟବରାଦ । କ୍ରୀଡ଼ାର ଭିତ୍ତିଭୂମି ବିକାଶ- ୪୧୧ କୋଟି ଟଙ୍କା ବ୍ୟୟବରାଦ । ଖେଲୋ ଇଣ୍ଡିଆ ପାଇଁ ରାଜ୍ୟ ତରଫରୁ ୧୧ କୋଟି ଟଙ୍କା ବ୍ୟୟବରାଦ ।
Mar 30, 2022, 5:49 pm IST

ବିଧାନସଭାରେ ମୁଲତବୀ ପ୍ରସ୍ତାଵ ଆଲୋଚନା ସମୟରେ ଗୃହରାଷ୍ଟ୍ର ମନ୍ତ୍ରୀ ଉତ୍ତର ନ ଦିଅନ୍ତୁ ବୋଲି କଂଗ୍ରେସର ଦାବିକୁ ବାଚସ୍ପତି ଆଗ୍ରହ୍ୟ କରିଦେଇ ଥିବାରୁ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ଧାରଣା ।
Mar 30, 2022, 5:46 pm IST

କେଉଁ ବିଭାଗ ପାଇଁ କେତେ ?

କେଉଁ ବିଭାଗ ପାଇଁ କେତେ ?
କାଳିଆ ଯୋଜନା- ୧ ହଜାର ୮୭୪ କୋଟି ମୋ ସ୍କୁଲ ଏବଂ ମୋ କଲେଜ- ୨୬ ହଜାର ୪୯୨ କୋଟି ଜାତୀୟ ଗ୍ରାମୀଣ ଜୀବିକା ମିଶନ- ୧ ହଜାର ୩୯ କୋଟି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ - ୨ ହଜାର ୩୩୫ କୋଟି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା- ୧ ହଜାର ୮୬୪ କୋଟି ଅବଢ଼ା ଯୋଜନା- ୧ ହଜାର ୪୦୮ କୋଟି ଟଙ୍କିକିଆ ଚାଉଳ- ୧ ହାଜାର ୦୨୩ କୋଟି ସହରାଞ୍ଚଳ ବାସଗୃହ ଯୋଜନା- ୪୬୩ କୋଟି ବିଜୁ ପକ୍କା ଘର ଯୋଜନା- ୫ ହଜାର ୯୦୬ କୋଟି ମମତା ଯୋଜନା- ୨୪୭ କୋଟି
Mar 30, 2022, 5:18 pm IST

ବିକାଶ ଦିଗରେ କାର୍ଯ୍ୟ ହେତୁ କେନ୍ଦ୍ର ଅନୁଦାନ ଉପରେ ନିର୍ଭର କମିଛି: ଅର୍ଥମନ୍ତ୍ରୀ
Mar 30, 2022, 5:17 pm IST

ଗତ ୨ ବର୍ଷରେ ଓଡ଼ିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ବିକାଶ କରୁଛି ।୨୦୦୫-୨୦୦୬ ଆର୍ଥିକ ବର୍ଷ ପରଠାରୁ କ୍ରମାଗତ ଭାବେ ରାଜସ୍ବ ବଳକା ହୋଇଆସୁଛି: ଅର୍ଥମନ୍ତ୍ରୀ
Mar 30, 2022, 5:17 pm IST

ପୁଞ୍ଜିନିବେଶ ହିଁ ଓଡ଼ିଶା ବିକାଶର ପରିଚାଳକ: ଅର୍ଥମନ୍ତ୍ରୀ
Mar 30, 2022, 5:15 pm IST

୨୦୨୪ ସୁଦ୍ଧା ସବୁ ଗାଁକୁ ଟ୍ୟାପ ଯୋଗେ ପାଣି

୨୦୨୪ ସୁଦ୍ଧା ସବୁ ଗାଁରେ ମିଳିବ ଟ୍ୟାପ୍ ଯୋଗେ ପିଇବା ପାଣି । ବସୁଧା ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପିଇବା ପାଣି ପାଇଁ ବଜେଟ୍‌ରେ ବ୍ୟବସ୍ଥା । ଜଳଜୀବନ ମିଶନ ପାଇଁ ୬ ହଜାର କୋଟି ଟଙ୍କା । ବସୁଧା ଯୋଜନାରେ ୨ ହଜାର ୨୫୫ କୋଟି ଟଙ୍କାର ବ୍ୟବସ୍ଥା
Mar 30, 2022, 5:14 pm IST

ମମତା ଯୋଜନା ପାଇଁ ୨୪୭ କୋଟି

ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୩ ହଜାର ୫୬୭ କୋଟି ବ୍ୟୟବରାଦ । ମମତା ଯୋଜନା ପାଇଁ ୨୪୭ କୋଟି ବ୍ୟୟବରାଦ । ICDS ଯୋଜନା ପାଇଁ ରାଜ୍ୟ ପକ୍ଷରୁ ୪୧୬ କୋଟି ବ୍ୟୟବରାଦ ।
Mar 30, 2022, 5:12 pm IST

ବିଧାନସଭାରେ ଆଗତ ହେଲା ଚଳିତ ବର୍ଷର କାମଚଳା ବଜେଟ୍ । ଶିକ୍ଷା ପାଇଁ ୨୬ ହଜାର ୪୯୨ କୋଟି ବ୍ୟୟବରାଦ ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+