ରାଜ୍ୟ ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟକୁ ଆଜି ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି ।
ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟକୁ ଆଜି ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିଛି । ଆଜି ଅନୁମୋଦନ ହୋଇଥିବା 2021 ବଜେଟକୁ ଫେବୃଆରୀ 22 ରେ ବିଧାନସଭାରେ ଉପସ୍ଥାପିତ ହେବ ।
ଏଠାରେ ସୂଚନାଥାଉକି, ଗତ ବର୍ଷ ମୋଟ ବଜେଟ୍ ଖର୍ଚ୍ଚ 1.50 ଲକ୍ଷ କୋଟି ଟଙ୍କା ଥିଲା । ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ସାଢ଼େ ୬ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ୧.୭୦ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ ମିଳିଛି। କରୋନା ମହାମାରୀରେ ରାଜସ୍ୱ ସଂଗ୍ରହ ବାଧାପ୍ରାପ୍ତ ହୋଇଥିବା ସତ୍ତ୍ୱେ ବଜେଟର ଆକାରକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।












Click it and Unblock the Notifications