Get Updates
Get notified of breaking news, exclusive insights, and must-see stories!

ଓଡିଶା ବଜେଟ୍: ଚଳିତ ବର୍ଷ କାଳିଆ ଯୋଜନା ପାଇଁ ୧୮ ଶହ ୭୯ କୋଟି ଟଙ୍କା ବ୍ୟୟବରାଦ

କୃଷି ପାଇଁ ବଜେଟରେ ମୋଟ୍ ୨୪ ହଜାର ୮୨୯ କୋଟି ବ୍ୟୟବରାଦ ହୋଇଛି । ଯେଉଁଥିରେ କେବଳ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ୧୮ ଶହ ୭୯ କୋଟିର ବ୍ୟୟବରାଦ ହୋଇଛି ।

Odisha Budget

ଭୁବନେଶ୍ୱର: ବିଧାନସଭାରେ ଆଜି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ବଜେଟର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ବ୍ୟୟ ଅଟକଳ ହୋଇଛି । ପ୍ରଥମେ ଉପସ୍ଥାପିତ ହୋଇଛି କୃଷି ବଜେଟ୍‌ । ତେବେ କୃଷି ପାଇଁ ବଜେଟରେ ମୋଟ୍ ୨୪ ହଜାର ୮୨୯ କୋଟି ବ୍ୟୟବରାଦ ହୋଇଛି । ଯେଉଁଥିରେ କେବଳ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ୧୮ ଶହ ୭୯ କୋଟିର ବ୍ୟୟବରାଦ ହୋଇଛି । କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି ବ୍ୟୟବରାଦ ହୋଇଛି । ତେବେ ପୂର୍ବରୁ ଏହି ଯୋଜନାରେ ୪୧ ଲକ୍ଷ ୮ ହଜାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳି ସାରିଛି ।

ଚଳିତ ଆର୍ଥିକ ବର୍ଷର କୃଷି ବଜେଟ୍ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି । ସେହିପରି ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି । ତେବେ କାଳିଆ ବ୍ୟତିତ କୃଷି ବଜେଟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ ରହିଛି । OUAT ରେ ଶିକ୍ଷା ଓ ଭିତ୍ତିଭୂମି ପାଇଁ ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଉଦ୍ୟାନ କୃଷି ନିମନ୍ତେ ୩୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି କୃଷି କ୍ଷେତ୍ରରେ ମହିଳା SHGଙ୍କୁ ପ୍ରୋତ୍ସାହନ ପାଇଁ ୫ ବର୍ଷରେ ୩୬୭ କୋଟି ଖର୍ଚ୍ଚ ହେବ । ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ବ୍ୟୟବରାଦ ହୋଇଛି । ନଦୀ ଉପରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଏହା ସହ ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ ଶହ କୋଟି ବ୍ୟୟବରାଦ ହୋଇଛି । ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ବ୍ୟୟବରାଦ ହୋଇଛି । ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି ବ୍ୟୟବରାଦ କରିଛନ୍ତି ସରକାର । ବିଜୁ କୃଷକ ବିକାଶ ଯୋଜନାରେ ୧୫ ଶହ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ଓ ଅଚଳ ଉଠା ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ ରହିଛି । ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ତେବେ ପ୍ରାରମ୍ଭିକ ବଜେଟ ଭାଷଣରେ ନିରଞ୍ଜନ ପୁଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମ ସରକାର ଲୋକଙ୍କ ପାଇଁ କାମ କରିଆସିଛନ୍ତି। କୃଷି ଓ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୋ ସରକାର ଏବଂ 5T ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+