ଓଡ଼ିଶା ବଜେଟ୍: କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୨୧୭ କୋଟି ବ୍ୟୟବରାଦ
କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୨୧୭ କୋଟିର ବ୍ୟୟବରାଦ ହୋଇଛି । ଯାହା ଗତ ବର୍ଷ ତୁଳନାରେ ୮ ଗୁଣ ଅଧିକ ରହିଛି । ଆଗାମୀ ଦିନରେ ରାଜ୍ୟର କ୍ରିଡା ବିକାଶରେ ଏହି ଅର୍ଥ ବ୍ୟବହାର କରାଯିବ ।

ଓଡ଼ିଶା ବଜେଟ୍ ୨୦୨୩-୨୪:ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଇତିହାସରେ ସର୍ବକାଳୀନ ରେକର୍ଡ, ୨.୩୦ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି ।
ଯେଉଁଥିରେ କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୨୧୭ କୋଟିର ବ୍ୟୟବରାଦ ହୋଇଛି । ଯାହା ଗତ ବର୍ଷ ତୁଳନାରେ ୮ ଗୁଣ ଅଧିକ ରହିଛି । ଆଗାମୀ ଦିନରେ ରାଜ୍ୟର କ୍ରିଡା ବିକାଶରେ ଏହି ଅର୍ଥ ବ୍ୟବହାର କରାଯିବ ।
କିଛି ବର୍ଷ ମଧ୍ୟରେ ଓଡ଼ିଶାରେ କ୍ରୀଡା ଏକ ଅସାଧାରଣ ପରିଚୟ ସୃଷ୍ଟି କରିପାରିଛି । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାର ଯୁବଗୋଷ୍ଠୀଙ୍କୁ କ୍ରୀଡାରେ ଭବିଷ୍ୟତ ଗଢିବା ପାଇଁ ଏକ ନୂଆ ବାଟ ଦେଖାଇଛି । ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ ରାଜ୍ୟର କ୍ରୀଡାରେ ଏକ ନୂଆ ଇତିହାସ ରଚିଛି । ସେହିପରି ୧୫ ମାସ ମଧ୍ୟରେ ରାଉରକେଲାରେ ବିର୍ସାମୁଣ୍ତା ଷ୍ଟାଡିୟମର ନିର୍ମାଣ ସମସ୍ତ ବିଶ୍ୱରେ ଏକ ଉଦାହରଣ ପାଲଟିଛି । ଏହା ନିଶ୍ଚିତ ଏକ ନିଆରା ଅନୁଭୂତି । ଗିନିଜ୍ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ଏହି ଷ୍ଟାଡିୟମ ସ୍ଥାନ ପାଇଛି । ସେହିପରି ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।












Click it and Unblock the Notifications