୨୦୨୪-୨୫ ଆର୍ଥିକ ବର୍ଷରେ ଲକ୍ଷ୍ମୀ ଯୋଜନା ପାଇଁ ୧୧୯୧ କୋଟି ଟଙ୍କା ବ୍ୟୟବରାଦ
୨୦୨୪-୨୫ ଆର୍ଥିକ ବର୍ଷରେ ଲକ୍ଷ୍ମୀ ଯୋଜନା ପାଇଁ ୧୧୯୧ କୋଟି ଟଙ୍କାର ବ୍ୟୟବରାଦ । ଲକ୍ଷ୍ମୀ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇଛି ୬୫୬ କୋଟି । ଏହା ସହ ମୋଟ ୧୭୪୫ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନ ପାଇଁ କାମଚଳା ବଜେଟ ପରିମାଣ ହେଉଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କା।
ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି ।

ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ କରିଛି ଲକ୍ଷ୍ମୀ । ଏହା ଗାଁକୁ ଗାଁ ଯୋଡିବା ସହ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ବସ୍ ଆସିବ । ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।












Click it and Unblock the Notifications