କ୍ୟାପଟେନ୍ ପଣ୍ଡିତଙ୍କୁ ‘ହିରୋ ଅଫ୍ ରେସ୍କୁ’ ଆଖ୍ୟା
ଗୁରୁତର ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରାଇଥିବା କ୍ୟାପଟେନ୍ ଭାବ୍ ପଣ୍ଡିତଙ୍କୁ ଓଡ଼ିଶା ବିଏସଏଫ୍ ‘ହିରୋ ଅଫ୍ ରେସ୍କୁ’ ର ଆଖ୍ୟା ଦେଇଛି ।
ଭୁବନେଶ୍ୱର: ଗତକାଲି କନ୍ଧମାଳ ଗୋଛାପଡ଼ା ଥାନା ଅଞ୍ଚଳର ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଲାଲବାହିନୀ। ଗୁଳି ବିନିମୟରେ ୨ ଜଣ ଏସଓଜି କମାଣ୍ଡୋ ଆହତ ହୋଇଥିଲେ । ତେବେ ଗୁରୁତର ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରାଇଥିବା କ୍ୟାପଟେନ୍ ଭାବ୍ ପଣ୍ଡିତଙ୍କୁ ଓଡ଼ିଶା ବିଏସଏଫ୍ 'ହିରୋ ଅଫ୍ ରେସ୍କୁ' ର ଆଖ୍ୟା ଦେଇଛି ।

ଯବାନଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରେ ପହଞ୍ଚାଇଥିବାରୁ ଓଡ଼ିଶା ବିଏସଏଫ୍ ଟ୍ୱିଟ୍ କରି ପଣ୍ଡିତଙ୍କୁ ପ୍ରଶଂସା କରିଛି। ଖରାପ ପାଗ ଯୋଗୁଁ ବାୟୁସେନାର ହେଲିକପ୍ଟର ଆସିପାରିନଥିଲା। କିନ୍ତୁ ବିଏସଏଫର ପାଇଲଟ କ୍ୟାପଟେନ ପଣ୍ଡିତ ଯେମିତି ସାହସ ଦେଖାଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆହତ ଯବାନଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଆଣିଥିଲେ, ସେଥିପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି।
HERO OF RESCUE
— BSF_ODISHA (@BSFODISHA) July 11, 2021
In an unprecedented move Capt Bhav Pandit of BSF and his chopper team rescue two injured SOG/DVF commando to Bhubaneswar from remote area of Kandhmal. IAF chopper was not able to come due to inclement weather, but Capt Pandit successfully rescue with BSF chopper. pic.twitter.com/ZwvEAVYQFu
ସେହିପରି ଆହତ ଯବାନଙ୍କୁ ଆଜି ଭେଟିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଦୁଇ ଆହତ ଯବାନ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବାକୁ ଆଜି ନିଜେ ଏମ୍ସ ଯାଇ ସେମାନଙ୍କୁ ଭେଟିଛନ୍ତି ଅଭୟ। ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications