Get Updates
Get notified of breaking news, exclusive insights, and must-see stories!

ଶିକ୍ଷାଗତ ପରିବର୍ତ୍ତନ ଆଣୁଛି ଓଡ଼ିଶା

'ଶିକ୍ଷାଗତ ପରିବର୍ତ୍ତନ'ର ଲକ୍ଷ୍ୟ କେବଳ ଶିକ୍ଷାର ମାନକୁ ପରିବର୍ତ୍ତନ କରିବା କିମ୍ବା ଭିତ୍ତିଭୂମିକୁ ନବୀକରଣ କରିବା ନୁହେଁ । ବରଂ ଏହାକୁ ବ୍ୟକ୍ତିଗତ କରିବା, ପ୍ରତ୍ୟେକ ଶିଶୁର ବ୍ୟକ୍ତିଗତ ପ୍ରତିଭା ଆବିଷ୍କାର କରିବା, ଛାତ୍ରଛାତ୍ରୀମାନଙ୍କୁ ଏମିତି ଏକ ପରିବେଶରେ

ମନୋଜ ମିଶ୍ର

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ପ୍ରମାଣ ଭିତ୍ତିକ ରୂପାନ୍ତରଣ ପାଇଁ ସର୍ବବିଦିତ । ଏହି ରୂପାନ୍ତରଣ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ସମଭାବରେ ଘଟିବାରେ ଲାଗିଛି । 'ଶିକ୍ଷାଗତ ପରିବର୍ତ୍ତନ'ର ଲକ୍ଷ୍ୟ କେବଳ ଶିକ୍ଷାର ମାନକୁ ପରିବର୍ତ୍ତନ କରିବା କିମ୍ବା ଭିତ୍ତିଭୂମିକୁ ନବୀକରଣ କରିବା ନୁହେଁ ବରଂ ପ୍ରତ୍ୟେକ ଶିଶୁର ବ୍ୟକ୍ତିଗତ ପ୍ରତିଭା ଆବିଷ୍କାର କରିବା, ଛାତ୍ରଛାତ୍ରୀମାନଙ୍କୁ ଏମିତି ଏକ ପରିବେଶରେ ରଖିବା, ଯେଉଁଠାରେ ସେମାନେ କିଛି ଶିଖିବାକୁ ଚାହିଁବେ ଏବଂ ଯେଉଁଠାରେ ସେମାନେ ନିଜର ନିଜସ୍ବ ଆବେଗକୁ ଆବିଷ୍କାର କରିପାରିବେ।

5T High School Transformation Programme

ଯାହାକି ଅନୁପୂରକ ଭାବେ 5T (ଟେକ୍ନୋଲୋଜି, ଟିମ୍ ୱାର୍କ, ଟ୍ରାନପରେନ୍ସି , ଟାଇମ ଆଣ୍ଡ ଟ୍ରାନ୍ସଫରମେସନ)ର ନୀତି ନିଦର୍ଶନ ଅଟେ । 5T ନୀତି ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ଅପ-ଗ୍ରେଡେସନର ଧାରଣା ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଡିଜିଟାଲ୍ ଏବଂ ସ୍ମାର୍ଟ ଶ୍ରେଣୀଗୃହ, ଇଣ୍ଟରାକ୍ଟିଭ୍ ଲର୍ଣ୍ଣିଂ ପରିବେଶ, ଇ-ଲାଇବ୍ରେରୀ ଏବଂ ଆଧୁନିକ ବିଜ୍ଞାନ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା । 5T ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମର ଲକ୍ଷ୍ୟ ହେଉଛି ସଂସ୍ଥା ସହ ଜଡିତ ଆଲୁମିନି, ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ମନୋନୀତ ସ୍ଥାନୀୟ ସଂସ୍ଥାଗୁଡ଼ିକର ସକ୍ରିୟ ଯୋଗଦାନକୁ ଉତ୍ସାହିତ କରିବା ।

ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଥିବା 5T ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକ ଅଂଶ ଗ୍ରହଣ କରିପାରିବେ । ସଂପୂର୍ଣ୍ଣ ରୂପାନ୍ତର ପାଇଁ 5T ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 1,072 ହାଇସ୍କୁଲ ଚିହ୍ନଟ କରାଯାଇଛି । ଅଳ୍ପ ସମୟ ମଧ୍ୟରେ, ଏହି କାର୍ଯ୍ୟକ୍ରମ କେବଳ ଭିତ୍ତିଭୂମିର ରୂପାନ୍ତର ନୁହେଁ ବରଂ ଗ୍ରାମାଞ୍ଚଳର ନିମ୍ନ ପୃଷ୍ଠଭୂମିରେ ଥିବା ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ବଢାଇ ଦେଇଛି ।

5T High School Transformation Programme

ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ବିଦ୍ୟାଳୟକୁ 45 ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ଯେଉଁଥିରେ 'ମୋ ସ୍କୁଲ' ପାଣ୍ଠିରୁ 15 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ (ପ୍ରଥମ ପର୍ଯ୍ୟାୟ) ଅଧୀନରେ ଥିବା ସମସ୍ତ ଭିତ୍ତିଭୂମି କାର୍ଯ୍ୟ 14 ନଭେମ୍ବର 2021 ସୁଦ୍ଧା ଶେଷ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଏକାଡେମିକ୍ ସମୃଦ୍ଧ କାର୍ଯ୍ୟ ସର୍ବନିମ୍ନ ତିନି ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରମୁଖ ନୂତନ ପୁଞ୍ଜି ବିନିଯୋଗ ନିଶ୍ଚିତ କରିବ ଯେ, ଓଡିଶାର ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଭବିଷ୍ୟତ ପାଇଁ ଉନ୍ନତ, ସୁବିଧାଜନକ ଏବଂ ନୂତନ ଅଟ୍ଟାଳିକା ଫିଟ୍ ହେବ । ଯାହା ଦ୍ବାରା ପ୍ରତ୍ୟେକ ପିଲା ଭଲ ଶିକ୍ଷା ପାଇ ପାରିବେ।

ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର ହେବାକୁ ଯାଉଛି । ଭର୍ଚୁଆଲ୍ ଶ୍ରେଣୀଗୃହ ଏବଂ STEM ଆଧାରିତ ବିଜ୍ଞାନ ଲ୍ୟାବ ସହିତ, ଛାତ୍ରମାନେ ବଡ଼ ଅଭିଳାଷ ପାଇଁ ଇଚ୍ଛା କରିପାରିବେ, ଯାହା ପାଇଁ ଗ୍ରାମାଞ୍ଚଳରେ ପୂର୍ବରୁ ଉପଲବ୍ଧ ନଥିଲା । ଏହି ପଦକ୍ଷେପ ସ୍ବତନ୍ତ୍ର ଭାବେ ଗ୍ରାମାଞ୍ଚଳର ପିଲାମାନଙ୍କର ସ୍ୱପ୍ନ ଓ ଭବିଷ୍ୟତ ଉପରେ ଧ୍ୟାନ ଦେବ । ଯେଉଁମାନେ ଘରୋଇ ବିଦ୍ୟାଳୟ ତଥା ସହରରେ ପଢୁଥିବା ପିଲାମାନଙ୍କ ସହ ସମକକ୍ଷ ହୋଇପାରିବେ । ସମଗ୍ର ବିଦ୍ୟାଳୟ ଇକୋସିଷ୍ଟମକୁ ମୋବାଇଲ୍ ୱେବ୍ ପୋର୍ଟାଲକୁ ଅଣାଯିବ । ଯେଉଁଠାରେ ପିଲାମାନେ ଏକକୃତ ବିଦ୍ୟାଳୟ ଶିକ୍ଷା ପରିଚାଳନା ବ୍ୟବସ୍ଥା ଏବଂ ଡାସବୋର୍ଡ ମାଧ୍ୟମରେ ସେମାନଙ୍କର ଉପସ୍ଥାନ, ବିଜ୍ଞପ୍ତି, ରିପୋର୍ଟ କାର୍ଡ, ଟିସି ଇତ୍ୟାଦି ପାଇପାରିବେ ।

5T

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ 4,198 ମାଧ୍ୟମିକ ଶିକ୍ଷକ ଏବଂ 381,280 ମାଧ୍ୟମିକ ଛାତ୍ର ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ପଦକ୍ଷେପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅତି କମରେ 70% ରୁ 80% ଆକାଂକ୍ଷା ସ୍ତର ବିକାଶ କରିବାକୁ ଲକ୍ଷ୍ୟ ରଖିଛି । ଯାହା ସେମାନଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସମକକ୍ଷ କରାଇ ପାରିବ । ଏହି ପଦକ୍ଷେପ ଦ୍ବାରା ନବମ ଏବଂ ଦଶମ ଶ୍ରେଣୀର ସମସ୍ତ ଛାତ୍ରମାନେ ସ୍ମାର୍ଟ ଶ୍ରେଣୀଗୃହ ଏବଂ ଇଣ୍ଟରାକ୍ଟିଭ୍ ସ୍ମାର୍ଟବୋର୍ଡର ପ୍ରବର୍ତ୍ତନ ପରେ ଅନନ୍ୟ ଶିକ୍ଷାଦାନ-ଶିକ୍ଷା ଅଭିଜ୍ଞତା ପାଇ ପାରିବେ। 5T ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମି, ଏକାଡେମିକ୍ ଏବଂ ଅନ୍ୟାନ୍ୟ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପରେ ପ୍ରମୁଖ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । କ୍ରୀଡା, ବିଜ୍ଞାନ ଏବଂ ସଂସ୍କୃତି କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ଅଧିକ ଉତ୍ସାହ ଆଣିବା ପାଇଁ ବିଦ୍ୟାଳୟଗୁଡ଼ିକରେ ଉନ୍ନତ କ୍ରୀଡା ଭିତ୍ତିଭୂମି ଏବଂ ଯନ୍ତ୍ରପାତି, ଅତ୍ୟାଧୁନିକ ଲାବୋରେଟୋରୀ କମ୍ ଇଣ୍ଟରାକ୍ଟିଭ୍ ସାଇନ୍ସ ସେଣ୍ଟର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସହିତ ସଜ୍ଜିତ ହେଉଛି ।

ତେବେ ସ୍କୁଲ ଭିତ୍ତିଭୂମି ବ୍ୟତୀତ, 5T ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ ଶିକ୍ଷକମାନଙ୍କର ପାଠ ପଢାଇବା ଶୈଳୀକୁ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାରର ତାଲିମ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛି । ବୈଷୟିକ ଜ୍ଞାନ କୌଶଳର ଅଗ୍ରଗତି ସହିତ, ଛାତ୍ରମାନେ ଏକବିଂଶ ଶତାବ୍ଦୀର କୌଶଳ ଏବଂ ମୋ ସ୍କୁଲ ଅଧୀନରେ ଥିବା "କୋଡ୍ କ୍ଲବ୍" କାର୍ଯ୍ୟକ୍ରମ ସହିତ ପରିଚିତ ହେଉଛନ୍ତି । ସ୍ମାର୍ଟ ଶ୍ରେଣୀଗୃହର ପେଡାଗିକାଲ୍ ମ୍ୟାନେଜମେଣ୍ଟ ଉପରେ 5T ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ ଅଧୀନରେ ଶିକ୍ଷକମାନଙ୍କୁ ତାଲିମ ଦିଆଯାଉଛି । ଯାହା ଫଳରେ ସେମାନେ ଡିଜିଟାଲ୍ ଶିକ୍ଷାଗତ ବିଷୟବସ୍ତୁ ଭଲଭାବେ ଜାଣି ପାରିବେ । ଓଡିଶା ପ୍ରକୃତରେ ଏକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରୁଛି ଯାହାକି ସମସ୍ତ ଛାତ୍ରଙ୍କୁ ସେମାନଙ୍କର ସାମର୍ଥ୍ୟ ହାସଲ କରିବାକୁ ଏବଂ ବିଦ୍ୟାଳୟରେ ଏକ ସକରାତ୍ମକ ଅଭିଜ୍ଞତା ପାଇବାକୁ ଅନୁମତି ଦେବ ।

ଲେଖକ: ମନୋଜ ମିଶ୍ର (ସଚିବ, ଇଲେକ୍ଟ୍ରୋନିକ୍ସ, ଆଇଟି ଓ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ, ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି)
ଯୋଗାଯୋଗ: [email protected]

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+