Get Updates
Get notified of breaking news, exclusive insights, and must-see stories!

ମେ' ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ଫରୀକ୍ଷାଫଳ ! ଫଳାଫଳ ସହ ମିଳିବ ଡିଜିଟାଲ ପ୍ରମାଣପତ୍ର

ମେ' ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ଫରୀକ୍ଷାଫଳ । ମାଟ୍ରିକ୍ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ । ବହୁ ବର୍ଷ ଧରି ବୋର୍ଡ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ମେ' ପ୍ରଥମ ସପ୍ତାହରେ ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷ ଫଳ ପ୍ରକାଶନ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି ।

ଫଳାଫଳ ସହ ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ ଯୋଜନା ଏହି ବିଳମ୍ବର ପ୍ରମୁଖ କାରଣ ‌ହୋଇଥିବା ବେଳେ ସାଧାରଣ ନିର୍ବାଚନ ଅନ୍ୟତମ କାରଣ ସାଜିଛି ବୋଲି ଜଣାପଡ଼ିଛି । ରେଜଲ୍ଟ ପ୍ରକାଶ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ । ଏଥିପାଇଁ ୧୮ ତାରିଖ ଦିନ କଟକର ରେଭେନ୍‌ସା କଲିଜିଏଟ୍ ସ୍କୁଲ ଭଳି ପ୍ରମୁଖ ବିଦ୍ୟାଳୟରେ ମିଳିବାକୁ ଥିବା ଡିଜିଟାଲ ପ୍ରମାଣପତ୍ର ବିଷୟରେ ଏକ ସଚେତନତା କର୍ମଶାଳା କରାଯିବାକୁ‌ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି । ଏଥିରେ ପ୍ରମାଣପତ୍ର କିପରି ଡାଉନଲୋଡ୍ କରାଯିବା ସେ ବିଷୟରେ ସଚେତନ କରାଯିବ ବୋଲି ସୂଚନା ମିଳିଛି ।

ମାଟ୍ରିକ୍ ରେଜଲ୍ଟ ବାହାରିବା ପୂର୍ବରୁ ବୋର୍ଡର ପରୀକ୍ଷା କମିଟି ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ଏବର୍ଷ ପରୀକ୍ଷା କମିଟି ବୈଠକ ପାଇଁ କମିଟି ସଦସ୍ୟମାନଙ୍କୁ ଚିଠି କରାଯିବ । ନିୟମ ଅନୁସାରେ, ଚିଠି ଦେବାର ୭ଦିନରେ ପରୀକ୍ଷା କମିଟି ବୈଠକ ବସିଥାଏ ଓ ଏହି ବୈଠକରେ ମାଟ୍ରିକ୍ ପରୀକ୍ଷାଫଳ ଅନୁମୋଦିତ ହୋଇଥାଏ।

Odisha Board

ସୂଚନା ଯୋଗ୍ୟ, ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ, ମଧ୍ୟମାରେ ୩୦୩୭ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୮୩୧ଜଣ ଫର୍ମପୂରଣ କରିଥିଲେ । ସମସ୍ତ ପରୀକ୍ଷା ୩୦୩୭ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଖାତା ମୂଲ୍ୟାୟନ ମାର୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିଥିଲା । ମୂଲ୍ୟାୟନ ପାଇଁ ୧୫ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+