ଆଜି ପ୍ରକାଶ ପାଇବ ମାଟ୍ରିକ ଓ ଦ୍ୱାଦଶ ରେଜଲ୍ଟ

Odisha Board 10th Result 2024 Releasing Toady: ଆଜି ପ୍ରକାଶ ପାଇବ ମାଟ୍ରିକ ଓ ଦ୍ୱାଦଶ ରେଜଲ୍ଟ । ସକାଳ ୧୦ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କରାଯିବ ଏବଂ ୧୧ଟା ୩୦ରେ ରେଜଲ୍ଡ ୱେବସାଇଟରେ ଚେକ୍ କରି ପାରିବେ ଛାତ୍ରଛାତ୍ରୀ ।

bseodisha.inରେ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ ସେଠା ମୋବାଇଲରେ OR10 ସ୍ପେସ୍ ନଂ ରୋଲ୍ ନଂ ଟାଇପ କରି ୫୬୭୬୭୫୦ରେ ମେସେଜ କରି ନିଜ ପରୀକ୍ଷାଫଳ ଯାଞ୍ଚ କରିପାରିବେ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ।

Odisha Board 10th Result

ଚଳିତ ବର୍ଷ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏ ଚାଲିଥିଲା । ମାଟ୍ରିକରେ ୫୧ ଲକ୍ଷ ୪୧ହଜାର ୬୧୧, ମଧ୍ୟମାରେ ୩ହଜାର ୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ ।

ଆଜି ମାଟ୍ରିକ ସହ ଦ୍ୱାଦଶ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ସୂଚନା ମୁତାବିକ, ରବିବାର ସାଢ଼େ ୧୦ଟା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟା ମାଟ୍ରିକ୍ ରେଜଲ୍ଟ ବୋର୍ଡ଼ ସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ର ସୁବିଧା ନାହିଁ, ସେମାନେ SMS ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖି ରୋଲ୍ ନମ୍ବର 5676750କୁ ପଠାଇଲେ ରେଜଲ୍ଟ ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+