ବିଜେପି ପକ୍ଷରୁ ରାଜଧାନୀରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ
ହର୍ ଘର ତ୍ରିରଙ୍ଗା' ଅଭିଯାନ ନେଇ ସାରା ଦେଶରେ ଉତ୍ସାହର ମାହୋଲ । ତେବେ ଏନେଇ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।
ଭୁବନେଶ୍ବର: ଆଉ ମାତ୍ର ଦୁଇ ଦିନ ପରେ ସାରା ଦେଶ ପାଳିବ 75ତମ ସ୍ବାଧୀନତା ଦିବସ । 'ହର୍ ଘର ତ୍ରିରଙ୍ଗା' ଅଭିଯାନ ନେଇ ସାରା ଦେଶରେ ଉତ୍ସାହର ମାହୋଲ । ତେବେ ଏନେଇ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ମିଶନ ଶକ୍ତି 30 ଲକ୍ଷ ତ୍ରିରଙ୍ଗା ବାଣ୍ଟିବାକୁ ଘୋଷଣା କରିଥିବା ବେଳେ ରାଜଧାନୀର ଏକ କିମି ଲମ୍ବର ତ୍ରିରଙ୍ଗାକୁ ନେଇ ହେଉଛି ଚର୍ଚ୍ଚା।

ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ୍ ଯାଏଁ ଏହି ତ୍ରିରଙ୍ଗାର ପଦଯାତ୍ରା ହୋଇଛି । ଏହି ଐତିହାସିକ ତ୍ରିରଙ୍ଗା ଯାତ୍ରାର ନେତୃତ୍ୱ ନେଇଛନ୍ତି ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା । ଦଳର ତୁଙ୍ଗ ନେତାଙ୍କ ସହ କର୍ମୀମାନେ ପଦଯାତ୍ରାର ମଙ୍ଗ ସମ୍ଭାଳିଛନ୍ତି। ରାସ୍ତାରେ ଏହି ତ୍ରିରଙ୍ଗା ଦେଖିବା ପାଇଁ ମଧ୍ୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
ମଙ୍ଗଳବାର ଦିନ ବରଗଡରେ ମଧ୍ୟ ସମାନ ରାଲି ଦେଖିବାକୁ ମିଳିଥିଲା। ବିକାଶ ଗୋଷ୍ଠୀ ଦ୍ୱାରା ଆୟୋଜିତ ରାଲି ସମୟରେ ସହରର ଶହ ଶହ ଲୋକ ଏହି 1 କିଲୋମିଟର ଲମ୍ବା ପତାକା ନେଇ ରାଲି କରିଥିଲେ। ଏହି ଗୋଷ୍ଠୀର ଅଧ୍ୟକ୍ଷ ଡି ମୁରଲୀ କୃଷ୍ଣ ଏବଂ ସହରର ଅନେକ ସାମାଜିକ ସଂଗଠନ ଏଥିରେ ଅଂଶଗ୍ରହଣ କରିଥିଲେ।












Click it and Unblock the Notifications