ଗାନ୍ଧି ପରିବାରକୁ ମନମୋହନଙ୍କ ଟାର୍ଗେଟ, କହିଲେ ଦେଶକୁ ଲୁଟିବାରେ.....
ଗାନ୍ଧି ପରିବାରକୁ ମନମୋହନଙ୍କ ଟାର୍ଗେଟ । ରକ୍ଷକ ହୋଇ ଭକ୍ଷକ ପାଲଟିଥିଲେ। ୨୦୦୪ରୁ ୨୦୧୪ ଯାଏ କ୍ଷମତାରେ ଅନ୍ଧ ହୋଇ ୫ ହଜାର କୋଟି ଟଙ୍କାର ସଂପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଥିଲେ। ଯିଏ ବିକିଛନ୍ତି, ସିଏ କିଣିଛନ୍ତି। ସେହି ବ୍ୟକ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା। ସବୁଠାରୁ ବଡ଼ କଥା ହେଲା ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ଥିବା ବେଳେ ଏସବୁ କଥା ଘଟିଛି।
ଗାନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି। ଇଡି ଦାଖଲ କରିଥିବା ଚାର୍ଜସିଟରେ ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାଆଁ ରହିଛି। ଏଥିରୁ ପ୍ରମାଣିତ ହେଉଛି ଯେ ଉଭୟେ ଅଭିଯୁକ୍ତ। ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏଭଳି କହି କଂଗ୍ରେସ ଉପରେ ବର୍ଷିଛନ୍ତି।

ସବୁଠାରୁ ବଡ଼ କଥା ହେଲା ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ଥିବା ବେଳେ ଏସବୁ କଥା ଘଟିଛି। ଗାନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି। ଇଡି ଦାଖଲ କରିଥିବା ଚାର୍ଜସିଟରେ ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାଆଁ ରହିଛି। ଏଥିରୁ ପ୍ରମାଣିତ ହେଉଛି ଯେ ଉଭୟେ ଅଭିଯୁକ୍ତ। ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏଭଳି କହି କଂଗ୍ରେସ ଉପରେ ବର୍ଷିଛନ୍ତି।












Click it and Unblock the Notifications