ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବଢ଼ୁଛି ସସ୍ପେନ୍ସ । ବିଜେଡିରୁ ନିଲମ୍ୱନ ପରେ ୨୦୨୪ ସାଧାରଣ ନିର୍ବାଚନରେ ସେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ? ତେବେ ଏହି ଭିତରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସମର୍ଥନ ପାଇଁ ମନମୋହନ, ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।
ଆଜି ସେ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଗଟ କିଛି ମାସ ହେଲା ଚର୍ଚ୍ଚା ହୋଇଆସୁଛି । ପ୍ରଦୀପ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଶଂସା କରିଛନ୍ତି। ଏସବୁ ଭିତରେ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ବିଜେପିରେ ସାମିଲ୍ ହେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ଓଡ଼ିଶାରୁ ଖାଲି ହେଉଥିବା ୩ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ଘୋଷଣା କରିଛି ବିଜେପି । ଏହା ପରେ ତୃତୀୟ ପ୍ରାର୍ଥୀ ନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି ।

ଏହା ପରେ ଅଶ୍ୱିନୀ ବିଜେଡ଼ି ବଳରେ ରାଜ୍ୟସଭାକୁ ଯିବା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଛି । ଏପରିକି ବିଜେଡ଼ି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ଯିବାକୁ ସମର୍ଥନ ଦେବ ବୋଲି ମଧ୍ୟ ଘୋଷଣା କରିଛି । ଏକ ପ୍ରେସ୍ ରିଲିଜ ଜାରି କରି ବିଜେଡ଼ି ଏହା ସ୍ପଷ୍ଟ କରିଛି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି ।
ଏହି ଘୋଷଣା ପରେ ଏଥର ପୁଣି ବିଜେଡ଼ି ବଳରେ ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଯିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ମଧ୍ୟ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରେ ବିଜେପିରୁ ପାର୍ଥୀ ହୋଇଥିବା ଅଶ୍ୱିନୀ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଯାଇପାରିଥିଲେ । ଏଥର ମଧ୍ୟ ସମାନ ପାଠର ପୁରନରାବୃତ୍ତି ହେଉଛି ।












Click it and Unblock the Notifications