Get Updates
Get notified of breaking news, exclusive insights, and must-see stories!

Odisha BJP MLA: ୩୦ରେ ସମ୍ବର୍ଦ୍ଧିତ ହେବେ ବିଜେପିର ୭୮ ବିଧାୟକ, ୨୦ ସାଂସଦ

ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିପାରିଛି । ଏଥିସହ ଦେଶବାସୀଙ୍କ ଆଶୀର୍ବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇଛି ।

ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ଏମ୍‌ପିଙ୍କୁ ନିର୍ବାଚିତକରି ବିଧାନସଭା ଏବଂ ଲୋକ ସଭାକୁ ପ୍ରତିନିଧି ଭାବେ ପଠାଇଛନ୍ତି । କ୍ରମାଗତ ୩ୟ ଥର ପାଇଁ ଦାୟିତ୍ୱ ନେଇଥିବା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୩ ଜଣ ସ୍ଥାନିତ ହୋଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଭାଜପା ସରକାର ଗଠନ କରିଛି । ବିକଶିତ ଓଡ଼ିଶା ଗଠନ ଆମର ସଂକଳ୍ପ ।

ତେବେ ଏହି ଅବସରରେ ଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ।

mohan majhi

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରଞ୍ଚି କହିଛନ୍ତି, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଭାଜପାର କେନ୍ଦ୍ରୀୟ ନେତୃବୃନ୍ଦ, ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ, ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟର ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, ଜିଲା ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+