ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ; ଓଡ଼ିଶାକୁ ୧୮ ହଜାର ୬୦୦ କୋଟିର ଭେଟି ଦେବେ ମୋଦି

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୋଦିଙ୍କର ଏହା ଷଷ୍ଠ ଓଡ଼ିଶା ଗସ୍ତ । ମୋଦିଙ୍କ ଗସ୍ତ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟସ୍ଥା । ସୁରକ୍ଷା ଛାଉଣୀରେ ପରିଣତ ହୋଇଛି ଜନତା ମୈଦାନ ।

କଡ଼ା ସୁରକ୍ଷା ବନ୍ଦୋବସ୍ତ

ତ୍ରିରଙ୍ଗା ଯାତ୍ରା ଓ ରୋଡ ସୋ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୩୩ ପ୍ଲାଟୁନ ଫୋର୍ସ । କେବଳ ୨୫ ପ୍ଲାଟୁନ ଫୋର୍ସ ରୁଟ ଲାଇନରେ ମୁତୟନ ହେବେ । ୫ଶହରୁ ଅଧିକ ଅଫିସର ମୁତୟନ ଅଛନ୍ତି । ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ରୁଫ ଟପ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ରହିବେ । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଏବଂ ପରିଚାଳନା, ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ପାଇଁ ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ଡ୍ରୋନ ଉଡ଼ାଣ ଉପରେ ଲାଗିଛି ରୋକ । ମୋଦିଙ୍କ ଗସ୍ତ ପୂର୍ବରୁ ଗତକାଲି ବିମାନବନ୍ଦରରୁ କାରକେଡ ରିହରସାଲ ହୋଇଛି ।

odisha BJP governments

୧୮ ହଜାର ୬୦୦ କୋଟିର ଭେଟି

ଓଡ଼ିଶାକୁ ୧୮ ହଜାର ୬୦୦ କୋଟିର ଭେଟି ଦେବେ ମୋଦି । ୧୮ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ଏହି ପ୍ରକଳ୍ପଗୁଡ଼ିକ ଭିତରେ ରହିଛି ପିଇବା ପାଣି, ସିଞ୍ଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଓ ପୋଲ, ଜାତୀୟ ରାଜପଥ, ଓ ଏକ ନୂଆ ରେଳମାର୍ଗ । ପ୍ରଧାନମନ୍ତ୍ରୀ ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ କରୁଥିବା ନୂଆ ଟ୍ରେନ ସେବାର ଶୁଭାରମ୍ଭ କରିବେ । ପରିବହନ ବ୍ୟବସ୍ଥା ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ଶୁଭାରମ୍ଭ କରିବେ । ବିଶିଷ୍ଟ ଓଡ଼ିଆଙ୍କ ଅବଦାନକୁ ସମ୍ମାନ ଜଣାଇ, ପ୍ରଧାନମନ୍ତ୍ରୀ 'ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା' ଉଦ୍ ଘାଟନ କରିବେ ।

ବିସ୍ତୃତ ଟ୍ରାଫିକ୍ ପରାମର୍ଶ ଜାରି

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ଏକ ବିସ୍ତୃତ ଟ୍ରାଫିକ୍ ପରାମର୍ଶ ଜାରି କରିଛି। ସୁଗମ ଯାନବାହାନ ଚଳାଚଳ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଏହି ରୋଡ ଶୋ' ଯୋଗୁଁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କିମ୍ବା କାର୍ଯ୍ୟକ୍ରମ ସମାପ୍ତ ନହେବା ଯାଏଁ ଏୟାରପୋର୍ଟ ସ୍କୋୟାର, କ୍ୟାପିଟାଲ ହସ୍ପିଟାଲ ସ୍କୋୟାର, ଏଜି ସ୍କୋୟାର, ରାଜଭବନ ସ୍କୋୟାର, ପାୱାର ହାଉସ ସ୍କୋୟାର, ୧୨୦ ବାଟାଲିୟନ ସ୍କୋୟାର, ଶାସ୍ତ୍ରୀ ନଗର ସ୍କୋୟାର, ବେହେରା ସାହି ସ୍କୋୟାର, ଜୟଦେବ ବିହାର ସ୍କୋୟାର, ଏକ୍ସଆଇଏମ୍ବି ସ୍କୋୟାର ଏବଂ ନାଲକୋ ସ୍କୋୟାର ଆଦି ରାସ୍ତାରେ ଟ୍ରାଫିକ ଜାମ ହେବାର ସମ୍ଭାବନା ରହିଛି। ଏହି ସମୟରେ ଯାତ୍ରୀମାନଙ୍କୁ ଏହି ରାସ୍ତା ବିକଳ୍ପ ପଥ ବାଛିବାକୁ ପରାମର୍ଶ ଦିଆଯାଇଛି।

ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଏକ୍ସଆଇଏମବି ଛକ ଏବଂ ନାଲକୋ ଛକ ଆଦି ରହିଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକୁ ଦେଇ ଯାତ୍ରା ଏଡାଇବା ପାଇଁ ଜନସାଧାରଣମାନଙ୍କୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ବସ୍ଗୁ ପାଇଁ ର୍ନିଦ୍ଦିଷ୍ଟ ରୁଟ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। କଟକ ପଟୁ (NH-16) ଆସୁଥିବା ବସଗୁଡିକ ରସୁଲଗଡ ସର୍ଭିସ ରୋଡ ଦେଇ ବାଣୀ ବିହାର, ଆଚାର୍ଯ୍ୟ ବିହାର, ଆପୋଲୋ ହସ୍ପିଟାଲ ହେଉଚି ସୈନିକ ସ୍କୁଲ ପର୍ଯ୍ୟନ୍ତ ଯିବେ। ଖୋର୍ଦ୍ଧାରୁ କଟକ ଆ ଯାଉଥିବା ବସଗୁଡିକ ଭୁବନେଶ୍ୱର ଦେଇ ଯିବାକୁ ଅନୁମତି ନାହିଁ ଏବଂ ସେଗୁ ପିତାପଲ୍ଲୀ ସ୍କୋୟାରରୁ ଚଣ୍ଡକା ସ୍କୋୟାର ଦେଇ ଡାଇଭର୍ଟ କରାଯିବ।

ରସୁଲଗଡ ସର୍ଭିସ୍ ରୋଡ → ବାଣୀ ବିହାର → ଆଚାର୍ଯ୍ୟ ବିହାର → ଆପୋଲୋ ହସ୍ପିଟାଲ → ସୈନିକ ବିଦ୍ୟାଳୟ

ଟ୍ରାଫିକ୍ ଏବଂ ଭିଡ଼ ପରିଚାଳନା ପାଇଁ, ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗ ଏବଂ ପାର୍କିଂ ବ୍ୟବସ୍ଥା ସ୍ଥିର କରାଯାଇଛି:

-ଖୋର୍ଦ୍ଧା ଠାରୁ (ଏନଏଚ-୧୬): ଜୟଦେବ ବିହାର ରାସ୍ତା → ଆଚାର୍ଯ୍ୟ ବିହାର → ଆପୋଲୋ ହସ୍ପିଟାଲ୍ → ସୈନିକ ସ୍କୁଲ୍ → ନାଲକୋ ସ୍କୋୟାର → କଳିଙ୍ଗ ହସ୍ପିଟାଲ୍ ରୋଡ୍। ରେଲୱେ କଲୋନୀ ଗୋଲେଇ ଛକ ସହିତ ଉତ୍କଳ ହସ୍ପିଟାଲ ଛକରେ ପାର୍କିଂ ଉପଲବ୍ଧ।

- ନନ୍ଦନକାନନରୁ ନାଲକୋ ସ୍କୋୟାର → କଳିଙ୍ଗ ହସ୍ପିଟାଲ ରୋଡ୍ରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

- ପୁରୀରୁ କଳ୍ପନା ଛକ → ରାଜ ମହଲ → ଶିଶୁ ଭବନ → କ୍ୟାପିଟାଲ ହସ୍ପିଟାଲ ଛକ ପାଇଁ ଶିଶୁ ଭବନରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ପାର୍କିଂ ଉପଲବ୍ଧ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+