ଓଡିଶା ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବାକୁ ଦାବି କଲା ବିଜେପି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଚୁଡାନ୍ତ ମତଦାତା ତାଲିକା ପ୍ରସ୍ତୁତିରେ ତରବରିଆ ଭାବରେ ନିଷ୍ପତ୍ତି ନିଆଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ଏଥିପାଇଁ ପୌର ନିର୍ବାଚନ ବିଜ୍ଞାପ୍ତି ରଦ୍ଦ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ଫେବୃଆରୀ ୨ ତାରିଖ ଦିନ ବିଜ୍ଞପ୍ତି ଜାରି କରିଛନ୍ତି । ୱାର୍ଡ ସ୍ତରୀୟ ମତଦାତା ତାଲିକା ପ୍ରସ୍ତୁତ କରାଯାଇ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହା ରାଜ୍ୟ ମ୍ୟୁନିସପାଲ କର୍ପୋରେସନ ଆଇନ ୨୦୦୩କୁ ସମ୍ପୁର୍ଣ୍ଣ ଉଲ୍ଲଙ୍ଘନ କରୁଛି ବୋଲି କହିଛି ବିଜେପି । ତେଣୁ ସାଧାରଣ ଭୋଟରଙ୍କ ମୌଳିକ ଅଧିକାର ଓ ସ୍ୱାର୍ଥ ଦୃଷ୍ଟିରୁ ତରବରିଆ ଭାବେ ପ୍ରକାଶ ପାଉଥିବାରୁ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରି କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ପ୍ରାଥମିକ ଭୋଟର ତାଲିକା ଆସନ୍ତା ୧୦ ତାରିଖ ଦିନ ପ୍ରକାଶ ପାଇବ ଏବଂ କୌଣସି ଅଭିଯୋଗ ୧୧ରୁ ୧୬ ତାରିଖ ୬ ଦିନ ଭିତରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିପାରିବେ । ଏହି ୬ ଦିନ ମଧ୍ୟରେ ସରକାରୀ ଛୁଟି ଦିବସ ଅନ୍ତର୍ଭୁକ୍ତ ।

bjp leaders meet election commissioner

ଅଭିଯୋଗ ଶୁଣାଣି ପାଇଁ ଅତି କମରେ ୧୦ ଦିନ ଦିଆଯିବାର ନିୟମ ଥିଲେ ସୁଦ୍ଧା ନିର୍ବାଚନ କମିଶନ ୬ ଦିନ ସମୟ ଦେଇଛନ୍ତି ।ସେହିପରି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ୩ ଦିନର ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିର ମାତ୍ର ଗୋଟିଏ ଦିନ ସମୟ ରଖାଯାଇଛି ।

ରାଜ୍ୟରେ ଅନ୍ୟ ପୌରାଞ୍ଚଳ ନିର୍ବାଚନ ପାଇଁ ଜିଲ୍ଲା ମାଜଷ୍ଟେଟଙ୍କ ନିକଟରେ ୫ ଦିନର ସମୟ ଅବଧି ଏବଂ ଦାବି ଆପତ୍ତି ଶୁଣାଣି ପାଇଁ ୭ ଦିନର ସମୟ ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିର ମାତ୍ର ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି ।ଏହି ଅଳ୍ପ ସମୟ ମଧ୍ୟରେ ଭୋଟର ତାଲିକାରେ ଥିବା ତୃଟିକୁ ଅନୁଧ୍ୟାନ କରି ସଂଶୋଧନ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବା ଆଦୌ ସମ୍ଭବ ନୁହେଁ ବିଜେପି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+