For Quick Alerts
Turn On Notification  
For Daily Alerts
Oneindia App Download

ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ: ଭିସି ଯୋଗେ ଗୁରୁମନ୍ତ୍ର ଦେଲେ ନବୀନ

ଜନସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇତିବା ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେ

|

ଭୁବନେଶ୍ୱର: ଜନସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇତିବା ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

Jan Sampark Padyatra

ତେବେ କାର୍ଯ୍ୟକ୍ରମରେ ମନ୍ତ୍ରୀ ସାଂସଦ ବିଧାୟକ ମହିଳା ଯୁବ ଛାତ୍ର ଏକାଠି ହୋଇଛନ୍ତି । ପଦଯାତ୍ରାକୁ ସଫଳ କରିବାକୁ ଆଜିର ବୈଠକରେ ଯୋଜନା ତିଆରି କରାଯିବ। ବିଜେଡି ସବୁବେଳେ ଲୋକମାନଙ୍କ ପାଇଁ କାମ କରୁଛି ଓ ଲୋକଙ୍କ ସହିତ ଅଛି । ସରକାରଙ୍କ ବିକାଶ ଓ ଜଣକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଯେପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ସେ ଦିଗରେ କାମ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ନବୀନ । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ମଧ୍ୟ ଗୁରୁତ୍ୱପୁର୍ଣ ଭୂମିକା ରହିଥିଲା। ପଦଯାତ୍ରା ସମୟରେ ଏ ଦିଗରେ ଗୁରୁତ୍ୱପୁର୍ଣ ଫୋକସ କରିବା ଦରକାର ବୋଲି ନବୀନ କହିଛନ୍ତି।

ସେହିପରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ରାଜ୍ୟର ବିକାଶ ପାଇଁ ନବୀନ ଦିନ ରାତି କାମ କରୁଛନ୍ତି । ଏହାପରେ ଅନ୍ୟ ନେତା ଉଦବୋଧନ ଦେଇଛନ୍ତି । ଆସନ୍ତା ୨ ତାରିଖରୁ ମାସେ ବ୍ୟାପୀ ପଦଯାତ୍ରା କରିବ ବିଜେଡି । ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । 'ବିଜୁ ଜନତା ଦଳ-ଏକ ସାମୂହିକ ଆନ୍ଦୋଳନ' ସ୍ଳୋଗାନ ଦେଇ ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏଥିରେ କେବଳ ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକର ପଦାଧିକାରୀ, ସାଂସଦ ଓ ବିଧାୟକଙ୍କୁ ଡକାଯାଇଛି । ଦିନ ତମାମ ପଦାଧିକାରୀଙ୍କୁ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: BJD Preparation Meeting for Jan Sampark Padyatra
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X