ଆଜି ଦ୍ୱିତୀୟ ବିବାହ କରୁଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପ୍ରିୟଙ୍କା ଅଗସ୍ତି । ପୁରୀ ଜିଲ୍ଲା ପିପିଲିର ଦ ଆଡଭେନଚର କନଭେନସନ ଆଣ୍ଡ ରିସୋର୍ଟ ରେ ନଜର ଆସିଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା ।

କଳାହାଣ୍ଡି: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପ୍ରିୟଙ୍କା ଅଗସ୍ତି । ପୁରୀ ଜିଲ୍ଲା ପିପିଲିର ଦ ଆଡଭେନଚର କନଭେନସନ ଆଣ୍ଡ ରିସୋର୍ଟ ରେ ନଜର ଆସିଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା । ରୀତିନୀତି ଅନୁସାରେ ଆଜି ପଡ଼ିବ ହାତଗଣ୍ଠି । ସଜେଇ ହୋଇଛି ବିବାହ ମଣ୍ଡପ । ବଧୂ ବେଶରେ ସଜେଇ ହୋଇଛନ୍ତି ପ୍ରିୟଙ୍କା ।
ତେବେ ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ତାଙ୍କର ନିର୍ବନ୍ଧ ସରିଛି । ଏହାପରେ ତଥା ଅପରାହ୍ନରେ ବିବାହ ହେବ ବୋଲି ଜଣାପଡ଼ିଛି। ଅବଶ୍ୟ ଉଭୟଙ୍କର ଏହା ଦ୍ୱିତୀୟ ବିବାହ। ନିରାଡମ୍ବର ଭାବେ ଆଜି ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ନିକଟତମ ସଂପର୍କୀୟ ଏବଂ କିଛି ବନ୍ଧୁବାନ୍ଧବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣଙ୍କୁ ବିବାହ କରିଥିଲେ । ୨ବର୍ଷ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲା । ସେହିପରି ଦିବ୍ୟଶଙ୍କର ମଧ୍ୟ ଜୟପାଟଣାର ଜଣଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ବିଧାୟକ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଗୋଟିଏ ପୁଅ ଅଛନ୍ତି ।












Click it and Unblock the Notifications