ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ନିର୍ମାଣ ହେବ ଓଡ଼ିଶା ଭବନ;ମୁଖ୍ୟମନ୍ତ୍ରୀ
ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରତରେ ନିର୍ମାଣ ହେବ ଓଡିଶା ଭବନ । ଏଥିପାଇଁ ଜମି ମଗାଯାଇଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ନୂଆ ଓଡିଶା ଭବନ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁମ୍ବାଇରେ ବି ଆଉ ଗୋଟିଏ ଓଡିଶା ଭବନ ନିର୍ମାଣ ହେବ । କୋଲକାତା, ଚେନ୍ନାଇ, ମୁମ୍ବାଇରେ ଓଡିଶା ଭବନ ଅଛି । ଓଡିଶା ଭବନ ଓ ସଦନ ପାଇଁ ଏକ ନୂଆ ଡିଭିଜନ ହେବ । ଦିଲ୍ଲୀରେ କାର୍ଯ୍ୟାଳୟ ରହିବ, ଓଡିଶା ଭବନର ରକ୍ଷଣାବେକ୍ଷଣ କରିବ ।












Click it and Unblock the Notifications