ଶ୍ରମିକଙ୍କ ସହ ମାଟି ହାଣିଲେ ବିଡିଓ

ସମ୍ବଲପୁର: ଶ୍ରମିକମାନଙ୍କୁ ଉତ୍ସାହିତ କରିବାକୁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ବିଡିଓ ନୀଳାମ୍ବର ମହାନନ୍ଦ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ନିଜେ କାର୍ଯ୍ୟସ୍ଥଳକୁ ଯାଇ ଶ୍ରମିକମାନଙ୍କ ସହ ମିଶି କାମ କରୁଛନ୍ତି । ସେହିପରି ବିଡିଓଙ୍କୁ ଅତି ନିକଟରେ ପାଇ ଶ୍ରମିକମାନେ ମଧ୍ୟ ଖୋଲା ଖୋଲି ଭାବେ ସେମାନଙ୍କ ସମସ୍ୟା ତାଙ୍କୁ ଜଣାଇ ପାରୁଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବାକୁ ଯିବାବେଳେ ସେଠାରେ ଶ୍ରମିକମାନଙ୍କ ସହ ମିଶି କାମ କରୁଛନ୍ତି । ବିଶେଷ ଭାବେ ଏମ୍‌ଜିଏନ୍‌ଆରଜିଏ ଯୋଜନାରେ ଚାଲିଥିବା କାମକୁ ତଦାରଖ କରିବାକୁ ଯାଇ ସେଠାରେ ନିୟୋଜିତ ଶ୍ରମିକମାନଙ୍କ ସହ ଘନିଷ୍ଠତା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । କାମ ଯାଞ୍ଚ ବେଳେ କେତେବେଳେ ସେ ଶ୍ରମିକମାନଙ୍କ ମୁଣ୍ଡକୁ ମାଟି ବୋଝ ଟେକି ଦେଉଛନ୍ତି ତ; ଆଉ କେଉଁଠି ମାଟି କାମ କରୁଥିବା ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳୁଛନ୍ତି। ଭିନ୍ନଭିନ୍ନ ସ୍ଥାନରେ ସେ କାମ କରୁଥିବା ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି ।

Odisha

ମନ୍‌ରେଗା ଯୋଜନାରେ ବ୍ଲକ୍‌ର ଗଡ଼ଲୋଇସିଂହ ପଞ୍ଚାୟତ ଚାରପାଲି ପୋଖରୀ ଖନନ ଓ ବାଣ୍ଡିଝରଣ ଡ୍ରେନ୍‌ କାମ ଚାଲିଛି। ସୋମବାର ବିଡିଓ ଶ୍ରୀ ମହାନନ୍ଦ କାର୍ଯ୍ୟସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। କିଭଳି କାମ ହେଉଛି, କ'ଣ ଅସୁବିଧା ରହିଛି ବୋଲି ପଚାରି ବୁଝିଥିଲେ। ଶ୍ରମିକମାନେ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପାରିଶ୍ରମିକ ଶୀଘ୍ର କରାଇଦେବାକୁ ଦାବି କରିଥିଲେ। ବିଡିଓ ଶ୍ରୀ ମହାନନ୍ଦ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଶ୍ରମିକମାନଙ୍କ ସହ ବିଡିଓ କିଛି ସମୟ କାମ ବି କରିଥିଲେ। ଶ୍ରମିକମାନେ ମନା କରିଥିଲେ ମଧ୍ୟ ସେ ମହିଳା ଶ୍ରମିକଙ୍କ ମାଟି ଝୁଡ଼ି ବୋହି ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏ ନେଇ ବିଡିଓ ଶ୍ରୀ ମହାନନ୍ଦ କହିଛନ୍ତି ଯେ, ଏହାଦ୍ଵାରା ଶ୍ରମିକମାନଙ୍କ ମନରେ କାମ କରିବାକୁ ଉତ୍ସାହ ବଢୁଛି। ସେମାନଙ୍କ ସମସ୍ୟା ଜାଣିବାର ଓ ତୁରନ୍ତ ସମାଧାନ କରିବାର ସୁଯୋଗ ମିଳୁଛି। ଯେଉଁ ଶ୍ରମିକମାନେ ଭତ୍ତା କିମ୍ବା ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ତୁରନ୍ତ କିପରି ଏହି ସହାୟତା ମିଳିବ ତାହାର ବ୍ୟବସ୍ଥା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+